Latest Odisha News

BREAKING NEWS

ପ୍ରାଇଭେଟ୍ କୋଚିଂ ସେଣ୍ଟରକୁ ସରକାରଙ୍କ ନାଲି ଆଖି; ସ୍କୁଲ ପାଠପଢା ବ୍ୟାଘାତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସ୍କୁଲ ଏବଂ ଜୁନିୟର କଲେଜରେ ପାଠପଢ଼ା ସମୟରେ ଘରୋଇ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟର ବନ୍ଦ ରହିବ । ପୂର୍ବରୁ ଏପରି ବ୍ୟବସ୍ଥା ଲାଗୁ କରିବା ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦାବି ହୋଇଥିବା ବେଳେ ଖୁଶୀଘ୍ର ଏପରି ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଫଳରେ ଶ୍ରେଣୀରେ ପିଲାଙ୍କ ଉପସ୍ଥାନ ଅଧିକ ରହିବା ସହ ରେଜଲ୍ଟରେ ମଧ୍ୟ ଭଲ ପ୍ରଦର୍ଶନ ରହିବ ବୋଲି ଆଶା କରାଯାଇଛି । ଯଦି ସ୍କୁଲ ଏବଂ କଲେଜରେ ଶ୍ରେଣୀ ପାଠପଢ଼ା ସମୟରେ କୌଣସି କୋଚିଂ ସେଣ୍ଟରେ ପାଠପଢ଼ା ଜାରି ରହେ ତେବେ ସମ୍ପୃକ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସରେ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଲଗାତାର ଯାଞ୍ଚ କରାଯାଉଛି । ଅନେକ ସମୟରେ ନବମ ଏବଂ ଦଶମ ଶ୍ରେଣୀ ପିଲାମାନେ ବାହାର ଟ୍ୟୁସନ ଏବଂ କୋଚିଂ ଉପରେ ନର୍ଭର କରୁଥିବା ବେଳେ ଏକାଦଶ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଷ୍ଟ୍ରିମ୍ର ଛାତ୍ରଛାତ୍ରୀ ଶ୍ରେଣୀ ଶିକ୍ଷା ଅପେକ୍ଷା କୋଚିଂକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏହାବ୍ୟତୀତ ଦ୍ୱାଦଶ ବିଜ୍ଞାନ ଷ୍ଟ୍ରିମ ପିଲାମାନଙ୍କ ମଧ୍ୟରୁ ପ୍ରାୟ ୬୫%ରୁ ଅଧିକ ପିଲା ୨ୟବର୍ଷ ଆରମ୍ଭର ଡାକ୍ତରୀ, ଇଂଞ୍ଜିନିୟରି ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଫଳରେ ଶ୍ରେଣୀ ପଢ଼ାକୁ ଗୁରୁତ୍ୱ ନଦେବା ସହ ଅନେକ ସମୟରେ କଲେଜରେ ମଧ୍ୟ ଅନୁପସ୍ଥିତ ରହିଥାନ୍ତି । କେବଳ ପ୍ରାକ୍ଟଇକାଲ କ୍ଲାସକୁ ଗୁରୁତ୍ୱ ଦେଉôତବା ବେଳେ ବିଷୟ ଭିତ୍ତିକ ଶ୍ରେଣୀ ପଢ଼ାକୁ ଆଦୌଂ ଗରୁତ୍ୱ ଦେଉନାହାଁନ୍ତି ।

ଏପରି ସମସ୍ୟା ଲାଗି କେବଳ କୋଚିଂ ସେଣ୍ଟର ଏବଂ ଟ୍ୟୁସନ କେନ୍ଦ୍ର ଦାୟି ବୋଲି ଅଭିଯୋଗ ହେଉଥିଲା । ଗତ ୨ବର୍ଷ ହେବ ରାଜ୍ୟରେ କୋଚିଂ ସେଣ୍ଟର ଏବଂ ଟ୍ୟୁସନ ସେଣ୍ଟର ଉପରେ କଡା ନଜର ରଖିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ନିର୍ଦ୍ଦେଶ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନଥିଲା । ମାତ୍ର ଏଣିକି ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଉଭୟ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଏବଂ କଲେଜରେ ଶିକ୍ଷକ ଏବଂ ଅଧ୍ୟାପକଙ୍କ ଲାଗି ନିୟମ କଡାକଡ଼ି ହେବା ପରେ ଶ୍ରେଣୀ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଛାତ୍ରଛାତ୍ରୀମାନେ ଯେପରି କୋଚିଂ ସେଣ୍ଟର ଲାଗି ଶ୍ରେଣୀ ପଢ଼ାକୁ ଅଣଦେଖଶ ନକରନ୍ତି ସେ ଦିଗରେ ଗୁରୁତ୍ୱ ଦିଅରଯିବ ।

ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ବହାର ରାଜ୍ୟର ପ୍ରତିଷ୍ଠିତ କୋଚିଂ ସେଣ୍ଟର ଲକ୍ଷାଧିକ ଟଙ୍କା ଆୟ କରୁଥିବା ବେଳେ ଅନେକ ସମୟରେ କିଛି ପିଲାମାନେ କୋଚିଂ ନେବା ଯୋଗୁଁ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଭଲ ର‌୍ୟାଙ୍କ ରଖି +୨ ପରୀକ୍ଷାରେ ଫେଲ ହୋଇଯାଇଥାନ୍ତି । ଫଳରେ ସେମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯøାଇଥାଏ । ସେହିପରି ଅନେକ ସମୟରେ ଦଶମ ଶ୍ରେଣୀର ପିଲାମାନେ ଟୁୃ୍ୟସନ ଉପରେ ନିର୍ଭର କରି ଶ୍ରେଣୀ ପଢ଼ାକୁ ଗୁରୁତ୍ୱ ଦେଉନଥିବାରୁ ଫର୍ମପୂରଣ ସମୟରେ ଉପସ୍ଥାନ କମିଯିବା ସହ ଟ୍ୟୁସନରୁ ଗୁଣାତ୍ମକ ଶିକ୍ଷା ଅଭାବରୁ ଅନେକ ପିଲା ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିନଥାନ୍ତି । ଏପରି ସମସ୍ୟାର ସମାଧାନ ଲାଗି ରାଜ୍ୟର ଯେଉଁ ଜିଲ୍ଲାରେ ଏକାଧିକ କୋଚିଂ ସେଣ୍ଟର ଖୋଲା ଯାଇଛି ସେହି ସବୁ ଅଞ୍ଚଳରେ ଥିବା ସ୍କୁଲ ଓ କଲେଜରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା ସଂଗ୍ରହ କରାଯିବ ।

ବିଶେଷକରି ସ୍କୁଲ ଓ କଲେଜରେ ପାଠପଢ଼ା ସମୟରେ କୋଚିଂ ସେଣ୍ଟରରେ ପାଠପଢ଼ା ବନ୍ଦ ରହିବ । ତେବେ ଯେଉଁ ପିଲାମାନେ +୨ ପାସ କରିବା ପରେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେହି ପିଲାଙ୍କୁ କୋଚିଂ ସେଣ୍ଟରରେ ଯେକୌଣସି ସମୟରେ ଶିକ୍ଷାଦାନ ଦେବାରେ କିଛି ଅସୁବିଧା ନାହିଁ । ମାତ୍ର ସ୍କୁଲ ଏବଂ କଲେଜରେ ପଢ଼ୁଥିବା ପିଲାଙ୍କୁ ଶ୍ରେଣୀପାଠପଢ଼ା ସମୟରେ କୋଚିଂ ସେଣ୍ଟରରେ ପଢ଼ାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.