ଭୁବନେଶ୍ବର:ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ଶନିବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିଛନ୍ତି । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।
ସୂଚନାମୁତାବକ, ସେ ଓଡ଼ିଶାର କଳା,ନୃତ୍ୟ, ସଙ୍ଗୀତ ଏବଂ ହସ୍ତଶିଳ୍ପକୁ ଆନ୍ତର୍ଜାତୀୟ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରିବା ପାଇଁ ରଣନୈତିକ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ରାଜ୍ୟକୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ନେଇ ନିଜର ଲକ୍ଷ୍ୟ ପ୍ରକାଶ କରିଥିଲେ ଓ ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ସରକାରଙ୍କ ସକ୍ରିୟ ସମର୍ଥନ ଏବଂ ସହଯୋଗ କାମନା କରିଥିଲେ।
Had the pleasure of meeting acclaimed actress and filmmaker Ms. Nandita Das, along with my colleague Hon’ble Minister of Sports & Youth Services, Higher Education, and Odia Language, Literature & Culture, Shri Suryabanshi Suraj.
Our discussion reflected a shared passion for… pic.twitter.com/6061eglhP9— Kanak Vardhan Singh Deo (Modiji Ka Parivar) (@KVSinghDeo1) June 21, 2025
ତେବେ ଉପମୁଖ୍ୟମନ୍ତ୍ରୀ ସିଂହ ଦେଓ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସରକାର ଏହି ସାଂସ୍କୃତିକ ପ୍ରୋତ୍ସାହନ ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ।
Comments are closed.