Latest Odisha News

BREAKING NEWS

ATM ଓ UPIରୁ ବାହାର କରିପାରିବେ EPF ଟଙ୍କା ! EPFO ଖୁବଶୀଘ୍ର ଆଣୁଛି ନୂଆ ନିୟମ

ନୂଆଦିଲ୍ଲୀ: ଇପିଏଫରୁ ଟଙ୍କା ଉଠାଇବା ପାଇଁ ଅନେକ କସରତ କରିବାକୁ ପଡ଼େ। ଅନେକଙ୍କ ପାଇଁ ଏହା ପ୍ରାୟ ଅସମ୍ଭବ ଲାଗେ। କିନ୍ତୁ ଖୁବଶୀଘ୍ର ଏହି ପ୍ରକ୍ରିୟା ସହଜ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛି, ଯେଉଁଥିରେ ଆପଣ ଏଟିଏମ କାର୍ଡ କିମ୍ବା ୟୁପିଆଇ ମାଧ୍ୟମରେ ଇପିଏଫ ଟଙ୍କା ଉଠାଇ ପାରିବେ।

ଶ୍ରମ ମନ୍ତ୍ରଣାଳୟ ଏହି ନୂଆ ଯୋଜନା ଉପରେ କାମ କରୁଛି ଏବଂ ଏଥିପାଇଁ ଆବଶ୍ୟକୀୟ ଅନୁମୋଦନ ମିଳିସାରିଛି। ଏହାକୁ ଲାଗୁ କରିବା ପାଇଁ ଇପିଏଫ ଖାତାଗୁଡ଼ିକୁ ସଦସ୍ୟଙ୍କ ବ୍ୟାଙ୍କ ଖାତା ସହ ଲିଙ୍କ କରାଯିବ। ଇପିଏଫ ରାଶିର ଏକ ଅଂଶ ଫ୍ରିଜ ହୋଇପାରେ, କିନ୍ତୁ ଅଧିକାଂଶ ରାଶିକୁ ଡେବିଟ କାର୍ଡ କିମ୍ବା ୟୁପିଆଇ ମାଧ୍ୟମରେ ଉଠାଇପାରିବେ।

ବର୍ତ୍ତମାନ କିପରି ଉଠାଇ ହୁଏ ଇପିଏଫ ଟଙ୍କା?
ବର୍ତ୍ତମାନ ଯଦି ଆପଣ ଇପିଏଫ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅନଲାଇନ କିମ୍ବା ଅଫଲାଇନରେ କ୍ଲେମ କରିବାକୁ ପଡ଼ିଥାଏ। ଏହି ପ୍ରକ୍ରିୟା ସମୟସାପେକ୍ଷ ହୋଇପାରେ। ଯଦିଓ ଇପିଏଫଓ (ଏମ୍ପ୍ଲୟୀଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ) ପାଖରେ ଏକ ଅଟୋ-ସେଟଲମେଣ୍ଟ ସିଷ୍ଟମ ରହିଛି, ଯେଉଁଥିରେ କ୍ଲେମର ତିନି ମଧ୍ୟରେ ଆକାଣ୍ଟକୁ ଟଙ୍କା ଆସିଯାଉଛି । ହେଲେ ସମୟ ସମୟରେ ଏଥିରେ ମଧ୍ୟ ଅସୁବିଧା ଦେଖାଯାଉଛି ।

ଇପିଏଫଓ, ଯାହାର ୭ କୋଟିରୁ ଅଧିକ ସଦସ୍ୟ ଅଛନ୍ତି, କୋଭିଡ-୧୯ ସମୟରେ ଆର୍ଥିକ ଆବଶ୍ୟକତାରେ ସଦସ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଅନଲାଇନ ଅଟୋ-ସେଟଲମେଣ୍ଟ ସୁବିଧା ଆରମ୍ଭ କରିଥିଲା। ତଥାପି, ସଦସ୍ୟମାନଙ୍କୁ ଇପିଏଫ ଟଙ୍କା ପାଇବା ପାଇଁ ଦାବି ଦାଖଲ କରିବାକୁ ପଡ଼ୁଛି। ନୂଆ ଯୋଜନାର ଉଦ୍ଦେଶ୍ୟ ହେଉଛି ଏହି ପ୍ରକ୍ରିୟାକୁ ହଟାଇବା ଏବଂ ଇପିଏଫଓ ଉପରେ ବୋଝ କମାଇବା, କାରଣ ଏହା ପ୍ରତିବର୍ଷ ୫ କୋଟିରୁ ଅଧିକ ନିକାଶ ଅନୁରୋଧ ପରିଚାଳନା କରୁଛି।

ବର୍ତ୍ତମାନ ଇପିଏଫ ଟଙ୍କା ଉଠାଇବା ପ୍ରକ୍ରିୟା ବହୁତ ଜଟିଳ ଓ ସମୟସାପେକ୍ଷ। ଫଳରେ, ଆବଶ୍ୟକତା ସମୟରେ ଲୋକେ ନିଜର ଟଙ୍କା ନିକାଶ କରିବାରେ ଅସମର୍ଥ ହେଉଛନ୍ତି। ଏହା ଉପରେ ଲୋକଙ୍କ ନିରନ୍ତର ପ୍ରତିକ୍ରିୟା ଯୋଗୁଁ ସରକାର ଏକ ନୂଆ ସିଷ୍ଟମ ଆଣିବା ଉପରେ ବିଚାର କରୁଛନ୍ତି। ନୂଆ ସିଷ୍ଟମରେ ଇପିଏଫ ସଦସ୍ୟମାନେ ସେମାନଙ୍କ କ୍ଲେମ କରାଯାଇଥିବା ରାଶିକୁ ସିଧାସଳଖ ନିଜ ଡିଜିଟାଲ ଓ୍ୱାଲେଟରେ ପାଇପାରିବେ। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ପିଏଫ ଟଙ୍କା ଉଠାଇବା ଅଧିକ ସହଜ ଓ ଦ୍ରୁତ ହେବ।

Comments are closed.