ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ମହର୍ଷି ବ୍ୟାସଦେବ ବେଦକୁ ଚାରି ଭାଗ କରି ଦେଲେ ସତ, ତଥାପି ସ୍ତ୍ରୀ ଓ ଶୁଦ୍ର (ଚାରି ବର୍ଣ ମଧ୍ୟରେ ଅଧମ ବର୍ଣ )ଙ୍କର ବେଦ ଚର୍ଚ୍ଚା କରିବାର ଅଧିକାର ରହିଲା ନାହିଁ। ପତିତ ମନୁଷ୍ୟ ମାନେ ମଧ୍ୟ ବେଦ ଚର୍ଚ୍ଚାରୁ ବଞ୍ଚିତ ହେଲେ। ବ୍ୟାସଦେବ ଜଗତ କଲ୍ୟାଣ ପାଇଁ ବେଦ ଓ ବ୍ରହ୍ମସୂତ୍ର ରଚନା କରି ମଧ୍ୟ ଶାନ୍ତି ଲାଭ କଲେ ନାହିଁ, ତେଣୁ ସେ ଏହି ମାନବଙ୍କ ଉଦ୍ଧାର ପାଇଁ ପୁନଶ୍ଚ ଇତିହାସ ହିସାବରେ ମହାଭାରତ ଓ ପଞ୍ଚମ ବେଦ ଭାବରେ ଅଷ୍ଟାଦଶ ପୁରାଣ ରଚନା କଲେ।
ଏଥର ମଧ୍ୟ ତାଙ୍କ ଉଦ୍ଦେଶ୍ୟ ସଫଳ ହେଲାନାହିଁ ଓ ହୃଦୟରେ ଶାନ୍ତି ଆସିଲା ନାହିଁ, ସେ ନିଜକୁ ଶାନ୍ତି ଦେବା ଆଶାରେ ଯାଇ ସରସ୍ବତୀ ନଦୀ କୂଳରେ ଏକ ନିର୍ଜନ ସ୍ଥାନରେ ବସି ଭଗବତ ଚିନ୍ତାରେ ଲୀନ ହେଲେ। ସେଠାରେ ଦେବର୍ଷି ନାରଦ ଉପସ୍ଥିତ ହୋଇ କହିଲେ “ଆପଣ ତ ପରଂବ୍ରହ୍ମଙ୍କୁ ଅନୁଭବ କରିଛନ୍ତି ତଥାପି ନିଜକୁ ଅପୂର୍ଣ୍ଣ ବୋଲି ଚିନ୍ତା କରୁଛନ୍ତି କାହିଁକି? ଏହାର ଉତ୍ତରରେ ବ୍ୟାସଦେବ କହିଲେ ହଁ ମୁଁ ଏହାବି ଜାଣେ ଯେ ସ୍ୱୟଂ ପରଂବ୍ରହ୍ମ ନିର୍ଗୁଣ ଏବଂ ନିଃସଙ୍ଗ ତଥାପି ସଂକଳ୍ପ ମାତ୍ରେ ତ୍ରିଗୁଣ ଦ୍ୱାରା ଏସୃଷ୍ଟି ସର୍ଜନା କରିଛନ୍ତି ତଥାପି ମୁଁ କାହିଁକି ଅପୂର୍ଣ୍ଣ ବୋଲି ବୋଧ କରୁଅଛି ତାହା ଜାଣିପାରୁନି।
ବ୍ୟାସଦେବଙ୍କ ଠାରୁ ଏ ଉତ୍ତର ଶୁଣି ନାରଦ କହିଲେ ଆପଣଙ୍କ ଦ୍ୱାରା ରଚିତ ମହାନ ଗ୍ରନ୍ଥ ଗୁଡିକ ଧର୍ମ ଅର୍ଥ କାମ ଓ ମୋକ୍ଷର ତାତ୍ୱିଜ ଆଲୋଚନାରେ ପୂର୍ଣ୍ଣ ଓ ଲୋକ କଲ୍ୟାଣ ପାଇଁ ଉଦିଷ୍ଟ। କିନ୍ତୁ ଏହି ସବୁ ତାତ୍ୱିକ ଆଲୋଚନା ଗୁଡିକ ସମସ୍ତଙ୍କ ପାଇଁ ସୁଗମ୍ୟ ହେଉନାହିଁ, ଆପଣଙ୍କୁ ମୋର ଅନୁରୋଧ ଆପଣ ପରଂବ୍ରହ୍ମଙ୍କର ବିମଳ ଯଶଲୀଳା ବର୍ଣନା କରି ଆଉ ଏକ ଗ୍ରନ୍ଥ ରଚନା କରନ୍ତୁ। ଭଗବାନଙ୍କର ଯଶଲୀଳା ଶୂନ୍ୟ ଧର୍ମାଦି ଜ୍ଞାନରେ ନିଜେ ଗୋବିନ୍ଦ ମଧ୍ୟ ପରିତୃପ୍ତି ଲାଭ କରନ୍ତି ନାହିଁ ବ୍ରହ୍ମ ଜ୍ଞାନ ହରି ଭକ୍ତି ବର୍ଜିତ ହେଲେ ତାହା କାହାକୁ ଶାନ୍ତି ପ୍ରଦାନ କରେ ନାହିଁ ଆପଣ ଜୀବ ମାନଙ୍କ ଭଵବନ୍ଧନ ମୋଚନ ନିମନ୍ତେ ଭଗବାନଙ୍କ ଲୀଳା ବର୍ଣ୍ଣନା କରି ଗ୍ରନ୍ଥ ଟିଏ ରଚନା କରନ୍ତୁ କୁହାଯାଏ ନାରଦଙ୍କ ଏହି ବାଣୀ ଶୁଣି ମହର୍ଷି ବ୍ୟାସ ନିଜେ କରିଥିବା ବେଦଙ୍କ ଚାରି ଭାଗକୁ ନିଜର ଚାରି ଶିଷ୍ୟଙ୍କୁ ପ୍ରଦାନ କଲେ ଯଥା
1.ଋଗ ବେଦ :-ପଇଳମୁନି
2.ସାମ ବେଦ :-ଜୈମିନୀ ମୁନି
3.ଯଜୁର୍ବେଦ :-ବୈସମ୍ଫାୟନ
4.ଅଥର୍ବ ବେଦ :-ଅଙ୍ଗିରା ମୁନି
ଶେଷରେ ପଞ୍ଚମ ବେଦକୁ ଦେଲେ ଲୋମହର୍ଷଣ ମୁନିଙ୍କ ହସ୍ତରେ ଓ ଚିନ୍ତା କରିବାକୁ ଲାଗିଲେ ନାରଦ ମୁନିଙ୍କ ଦ୍ୱାରା ଭଗବତ ଲୀଳା ବର୍ଣନା କରିବା ଉପାୟ ମନେ ପଡିଲା ନାରଦ ଶୁଣେଇ ଥିବା ତାଙ୍କ ପୂର୍ବ ଜନ୍ମର ଇତିହାସ କଥା ଯାହା ଆମେ ଜାଣିବା ଆଉ ଏକ ଅଧ୍ୟାୟରେ। ବର୍ତ୍ତମାନ ଏତିକି ଜାଣିବା ସେହିଅମୀୟ ବାଣୀ
ସ୍ଵଭାବେ ଧର୍ମ ଆଚରଣେ।
ଭକତି କରେ ନାରାୟଣେ।।
ତେଣେ ସନ୍ତୋଷ ବିଷ୍ଣୁ ହୋଇ।
ପ୍ରାଣୀଙ୍କି ଚଉବର୍ଗ ଦେଇ।।
ଅପୂର୍ବ ଏ ଭକ୍ତିର ରସ ଆସ୍ଵାଦନ ପାଇଁ ନିତ୍ୟ ଭଗବତ ଚିନ୍ତନ ସହ ଭାଗବତ ପଠନ ଆବଶ୍ୟକ ଏତିକି ଅନୁରୋଧ ସହ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.