Latest Odisha News

ଦୀର୍ଘ ୧୪୫ ଦିନ ପରେ କାରଗିଲରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା

କାରଗିଲ: ଲଦାଖର କାରଗିଲ ଜିଲ୍ଲାରେ ଦୀର୍ଘ ୧୪୫ ଦିନ ପରେ ଶୁକ୍ରବାର ଦିନ ମୋବାଇଲ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି । ଧାରା ୩୭୦ ଉଚ୍ଛେଦ ପରେ ଏହି ସେବା ବନ୍ଦ କରିଦିଆଯାଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି ।

ଜମ୍ମୁ- କାଶ୍ମୀରରେ ଧାରା ୩୭୦ ଲାଗୁ ହେବା ସହ ଅଗଷ୍ଟ ୪ ତାରିଖରେ ଲ୍ୟାଣ୍ଡଲାଇନ ଓ ମୋବାଇଲ ସେବାକୁ ଏଠାରେ ବନ୍ଦ କରିଦିଆ ଯାଇଥିଲା ।

“ତେବେ ଏହିସବୁ ଅଞ୍ଚଳରେ ବର୍ତ୍ତମାନ ସ୍ଥିତି ସାଧାରଣ ଅବସ୍ଥାକୁ ଫେରୁଛି । ଗତ ୪ ମାସ ମଧ୍ୟରେ ଏଠାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ମଧ୍ୟ ହୋଇନାହିଁ । ଧୀରେ ଧୀରେ ସ୍ଥିତି ସୁଧୁରୁଥିବାରୁ କରଗିଲରେ ଇଣ୍ଟରନେଟ ସେବାକୁ ସ୍ୱାଭାବିକ କରାଯାଇଥିବା” ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ମଧ୍ୟ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ସ୍ଥାନୀୟ ଧାର୍ମିକ ନେତା ଏହି ସୁବିଧାର ଦୂରୁପଯୋଗ ନକରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଇଣ୍ଟରନେଟ ସେବା କାରଗିଲରେ ସ୍ବଭାବିକ ହୋଇଥିଲେ ବି ବର୍ତ୍ତମାନ ମଧ୍ୟ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଛି ।

Leave A Reply

Your email address will not be published.