Latest Odisha News

BREAKING NEWS

ଘୋଷିତ ହେଲା ୟୁପିଏସସି ସିଏମଏସ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପକ୍ଷରୁ ୨୦୧୯ କମ୍ବାଇନଡ ମେଡ଼ିକାଲ ସର୍ଭିସ ପରୀକ୍ଷା ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି ।

ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଖାଲି ପଡ଼ିଥିବା ସମୁଦାୟ ୯୧୯ଟି ପଦବୀ ମଧ୍ୟରୁ ୭୯୮ ଜଣ ପ୍ରାର୍ଥୀଙ୍କୁ ଏହି ସବୁ ପଦରେ ନିଯୁକ୍ତି ମିଳିଛି । ଏଥିମଧ୍ୟରୁ ୨୪୫ ଜଣ ପରିକ୍ଷାର୍ଥୀ ସାଧାରଣ ବର୍ଗର, ୩୬୬ ଜଣ ପରିକ୍ଷାର୍ଥୀ ଓବିସି, ୫୫ ଜଣ ପ୍ରାର୍ଥୀ ଏସସି, ୪୨ ଜଣ ପରିକ୍ଷାର୍ଥୀ ଏସଟି ଏବଂ ୯୦ ଜଣ ପରିକ୍ଷାର୍ଥୀ ଇଡବ୍ଲ୍ୟୁଏସ କୋଟା ଦ୍ୱାରା ବିବେଚିତ ହୋଇଛନ୍ତି ।

ଏହି ସିଏମଏସର ୧ମ ଭାଗ ପରୀକ୍ଷା ଜୁଲାଇ ୨୧ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ପରୀକ୍ଷାର ୨ୟ ଭାଗ ଚଳିତ ବର୍ଷ ଅକ୍ଟୋବରରୁ ଡ଼ିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ନିମ୍ନଲିଖିତ ବିଭାଗରେ ନିଯୁକ୍ତ ହେବେ:

• ରେଳବାଇର ଆସିଷ୍ଟାଣ୍ଟ ଡ଼ିଭିଜନାଲ ମେଡ଼ିକାଲ୍ ଅଫିସର
• ଇଣ୍ଡିଆନ ଅର୍ଡ଼ନାନ୍ସ ଫ୍ୟାକ୍ଟୋରୀରେ ଆସିଷ୍ଟାଣ୍ଟ ମେଡ଼ିକାଲ୍ ଅଫିସର
• ସେଣ୍ଟ୍ରାଲ୍ ହେଲଥ ସର୍ଭିସ ବିଭାଗରେ କନିଷ୍ଠ ପଦବୀ
• ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲରେ ସାଧାରଣ କର୍ତ୍ତବ୍ୟ ମେଡ଼ିକାଲ୍ ଅଫିସର
• ଉତ୍ତର ଓ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନରେ ସାଧାରଣ କର୍ତ୍ତବ୍ୟ ଗ୍ରେଡ଼ ୨ ମେଡ଼ିକାଲ୍ ଅଫିସର

Click here for the complete results.

Leave A Reply

Your email address will not be published.