Latest Odisha News

BREAKING NEWS

ଆଉ ଚାଲିବନି ତହସିଲଦାରଙ୍କ ବାବୁ ଗିରି: ମନମୁଖୀ କାମ ପାଇଁ କାରଣ ଦର୍ଶାଅ ନୋଟିସ୍

କେନ୍ଦୁଝର: ଘସିପୁରା ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ୍। ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ କଲା ରାଜସ୍ୱ ବିଭାଗ। ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ କରିଥିଲେ ନିୟମ। ଲୋକଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ହୋଇଥିଲା ଅଭିଯୋଗ।

ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆକ୍ସନ ମୋଡ୍‌ରେ ରାଜସ୍ୱ ବିଭାଗ। ୧୫ ଦିନ ଭିତରେ ନୋଟିସର ଜବାବ ଦେବାକୁ ହୋଇଛି ନିର୍ଦ୍ଦେଶ। ସୂଚନା ଥାଉକି, ଘଷିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁ କାର୍ଯ୍ୟାଳୟ ଠାରେ ଥିବା ନିଜ ଚାମ୍ବର କାନ୍ଥରେ ପୋଷ୍ଟର ମାରିଥିଲେ। ସେଥିରେ ନିଜ ମଧ୍ୟ ଦସ୍ତଖତ କରିଛନ୍ତି। ସାଧାରଣ ଲୋକଙ୍କ ପାଇଁ ଚାମ୍ବର ଭିତରକୁ ଜୋତା ପନ୍ଧି ଯିବା ମନା ବୋଲି ଏଥିରେ ଉଲ୍ଲେଖ ଥିଲା।

ହେଲେ କର୍ମଚାରୀ ମାନେ ଜୋତା ପିନ୍ଧି ଅବାଧ ପ୍ରବେଶ କରୁଥିଲେ। ଏହି କାର୍ଯ୍ୟାଳୟରେ ଅଭୟ କୁମାର ସ୍ୱାଇଁ ଯୋଗଦେବା ପରଠାରୁ ଲୋକଙ୍କ ପାଇଁ ଥିବା ଚୌକିକୁ ମଧ୍ୟ ହଟାଇଥିଲେ। ହେଲେ ବଡବଡିଆ ଆସିଲେ ଚୌକି ମଗାଇ ସେମାନଙ୍କୁ ବସାଇ ଯାଉଥିବା ଅଭିଯୋଗ ହୋଇଛି। ଏହି ସବୁ ମନମୁଖି କାର୍ଯ୍ୟ ଦେଖି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

Comments are closed.