Latest Odisha News

BREAKING NEWS

୩ ବର୍ଷିଆ LLB ପାଠ୍ୟକ୍ରମ ପାଇଁ ସମୟସୀମା ଜାରି

ଭୁବନେଶ୍ୱର:  ୨୦୨୫-୨୬ ଶିକ୍ଷାବର୍ଷ ପାଇଁ SAMS ଅଧୀନରେ ୩ ବର୍ଷିଆ LLB ପାଠ୍ୟକ୍ରମରେ ଅନଲାଇନ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗ ମଙ୍ଗଳବାର ଦିନ ସମୟସୀମା ଜାରି କରିଛନ୍ତି।

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (କଟକ), ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟ (ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର) ଏବଂ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ (ବ୍ରହ୍ମପୁର)ରେ ନାମଲେଖା ପାଇଁ କମନ ଆପ୍ଲିକେସନ ଫର୍ମ (CAF) ଜୁଲାଇ ୧ ତାରିଖରୁ www.samsodisha.gov.in ରେ  ଉପଲବ୍ଧ।

ତେବେ ଯେଉଁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟରୁ ଯେକୌଣସି ଷ୍ଟ୍ରିମ୍ ରେ  +୩ ପରୀକ୍ଷା ପାସ୍ କରିଥିବେ। ସେମାନେ ଏଥିପାଇଁ ଆବେଦନ କରିପାରିବେ ଏବଂ ନିଜ ପସନ୍ଦ ଅନୁଯାୟୀ ତିନୋଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ (HEI) ଚୟନ କରିପାରିବେ। ଏହି ଅନଲାଇନ୍ CAF ଦାଖଲର ଶେଷ ତାରିଖ ଜୁଲାଇ ୧୫ ରାତି ୧୧.୪୫ ପର୍ଯ୍ୟନ୍ତ ରହିଥିବା ବେଳେ  ଅଗଷ୍ଟ ୧୧ରୁ ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବା ନେଇ ସୂଚନା ମିଳିଛି।

CAFରେ ପ୍ରଦାନ କରାଯାଇଥିବା ମାର୍କ ଏବଂ ରିଜର୍ଭେସନ ଆଧାରରେ ଏକ ସେଣ୍ଟ୍ରାଲଇଜ ସିଷ୍ଟମ ମାଧ୍ୟମରେ ଆସନର ବଣ୍ଟନ ପ୍ରସ୍ତୁତ କରାଯିବ। ତେବେ ଏଥିପାଇଁ  କୌଣସି ପ୍ରବେଶିକା ପରୀକ୍ଷା ହେବନାହିଁ ବୋଲି ମଧ୍ୟ କୁହାଯାଇଛି।

Comments are closed.