ମୃତ୍ୟୁ କେତେବେଳେ କେଉଁଠି ଆସିବ ସେକଥା କାହାକୁ ଜଣାନାହିଁ । ମୃତ୍ୟୁ ସତ୍ୟ ଏକଥା ସମସ୍ତଙ୍କୁ ମାନିବାକୁ ପଡିବ । ବାରମ୍ବାର ହଠାତ ମୃତ୍ୟୁ ଖବର ପାଇ ଲୋକେ ଆଚମ୍ବିତ ହୁଅନ୍ତି । ଯାହା ବିଧିର ବିଧାନ ଥାଏ ତାହାହିଁ ହୁଏ ସେକଥା କେହି ବୁଝି ପାରନ୍ତି ନାହିଁ । ସେମିତି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ ଜଣାଉଛୁ । ୨୦୨୦ ପରଠାରୁ ହୃଦଘାତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଶାରିରୀକ ଅସୁସ୍ଥତା ହେତୁ ଯୁବପିଢୀ ମଧ୍ୟ ହୃଦଘାତର ଶିକାର ହେଉଥିବା କୁହାଯାଇଛି । ସୋସିଆଲ ମିଡିଆରେ ଅଚାନକ ମୃତ୍ୟୁର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟାଟର ଛକା ମାରିବା ପରେ ପିଚରେ ଟଳି ପଡୁଛନ୍ତି । ପଞ୍ଜାବର ଫିରୋଜପୁରରେ ଏହି ଘଟଣା ଘଟିଛି । ବ୍ୟାଟ୍ସମ୍ୟାନ ହରଜିତ ସିଂ ପିଚରେ ପଂହଚିବା ପରେ ପ୍ରଥମେ ଗାର୍ଡ ନେଇଥିଲେ । ଆଉ ବୋଲର ବୋଲିଂ କରିବା ପରେ ସେ ଛକ୍କା ମାରିଥିଲେ । ଏହି ଛକ୍କା ମାରିବା ପରେ ଅଚାନକ ପିଚରେ ପଡିଯାଇଥିଲେ । ପିଚରେ ପଡିଯିବା ପରେ ସାଥୀ ଖେଳାଳି ତାଙ୍କୁ ସିପିଆର ଦେବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ କିଛି ଫାଇଦା ହୋଇନଥିଲା । ଯେତେ ଚେଷ୍ଟା କରିବା ପରେ ମଧ୍ୟ ସେ ଉଠିପାରିନଥିଲେ । ପିଚରେ ପଡିଯିବା ପରେ ଅଚାନକ ହାର୍ଟଆଟାକ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଫିରୋଜପୁରରେ ଥିବା ପବ୍ଲିକ ସ୍କୁଲରେ ମ୍ୟାଚ ଚାଲୁଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣା ପରେ ସମଗ୍ର ଅଂଚଳରେ ବିଶାଦର ଛାୟା ଖେଳାଇ ଦେଇଛି । ୨୦୨୪ ଜୁନରେ ମୁମ୍ବାଇରେ ସମାନ ଘଟଣା ଘଟିଥିଲା । ଏଥିରେ ଜଣେ ୪୨ ବର୍ଷୀୟା ବ୍ୟକ୍ତି କ୍ରିକେଟ ମ୍ୟାଚ ଖେଳୁଥିବା ବେଳେ ପ୍ରାଣ ହରାଇଥିଲେ ।
BREAKING NEWS
- Sarpanch Chameli Ojha:ଭାଇରଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠେଇ ନେଲା ପୋଲିସ; ଏପଟେ ବାପା ଆଣିଲେ ଅଭିଯୋଗ
- Bribe Case:ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ MCL ସିକ୍ୟୁରିଟି ଇନ୍ସପେକ୍ଟର
- ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଏବଂ ଚିଙ୍ଗୁଡି ରପ୍ତାନୀର ହବ୍ ହେବ ଓଡ଼ିଶା: ମନ୍ତ୍ରୀ
- ଆସନ୍ତୁ ଜାଣିବା ଦିନିକିଆ ବିଶ୍ୱକପ ୨୦୨୭ କେବେଠାରୁ ହେବ ଆରମ୍ଭ
- ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ
- କାଳବୈଶାଖୀର ତାଣ୍ଡବ;ବଜ୍ରାଘାତରେ ଜଳିଗଲା ଘର,ଉପୁଡିଲା ବିରାଟ ଗଛ…
- ଫିଫା ବିଶ୍ୱକପ ବିଜେତାଙ୍କୁ ମିଳିବ ୪୭୬ କୋଟି ଟଙ୍କା
- ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା ଘୋଷଣା କଲେ ରାଜ୍ୟ ସରକାର
- Maoist Dump In Odisha:ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଲେ ରାହୁଲ ଡ୍ରାଭିଡଙ୍କ ପୁଅ
Comments are closed.