Latest Odisha News

ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ

ବରଗଡ: ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଧାନ କିଣା ବିକା ପ୍ରକ୍ରିୟା ରହିଥିଲା । ହେଲେ କାର୍ଯ୍ୟକାଳ ଶେଷ ହୋଇଥିଲେ ସୁଦ୍ଧା ଚାଷୀ ଧାନ ବିକ୍ରି କରି ନ ପାରିଥିବା ହେତୁ ଚାଷୀ ନିରାଶ ହୋଇ ଘେରିଛନ୍ତି ଯୋଗାଣ ଅଧିକାରୀଙ୍କୁ l ସେଥିପାଇଁ ଚାଷୀମାନେ ଯୋଗାଣ ଅଧିକାରୀଙ୍କୁ ଘେରାଉ କରିଛନ୍ତି ।

ରବି ଫସଲ ବିକ୍ରି କରି ଚାଷୀ ଖରିଫ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ବରଗଡ ଜିଲ୍ଲାର ଅନେକ ମଣ୍ଡିରେ ଧାନ ହଜାର ହଜାର ବସ୍ତା ପଡି ରହିଛି । ଧାନ ବିକ୍ରି ନହେଲେ ସାର ବିହନ କିଣିବେ କିପରି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ତୁରନ୍ତ ଧାନ ନେବାକୁ ଦାବି କରି ଯୋଗାଣ ଅଧିକାରୀଙ୍କୁ କିଛି ସମୟ ଯାଏଁ ଚାଷୀମାନେ ଘେରାଉ କରିଥିଲେ ।

ସେପଟେ ଏ ବାବଦରେ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଧାନ ବିକ୍ରି ସରିଯାଇଛି । ହେଲେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ l

Comments are closed.