ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ା ପୋଲିସ ସବ ଡିଭିଜନ ଅଂଚଳରର ୧୮୩ ଏବଂ ବ୍ରଜରାଜନଗର ସବ ଡିଭିଜନ ଅଂଚଳରୁ ୨୬୧ ଜଣଙ୍କୁ ଅଟକ ରଖାଯାଇଛି।
ଝାରସୁଗୁଡ଼ାର ବ୍ଲାକ ଡାଇମଣ୍ଡ ଠାରେ ୧୮୩ ଜଣ ବ୍ୟକ୍ତି ଥିବା ବେଳେ ବ୍ରଜରାଜନଗର ସୁରଭି କ୍ଲବ ଠାରେ ୨୬୧ ଜଣଙ୍କୁ ଅଟକ ରଖାଯାଇଛି। ଏକ ଟାସ୍କଫୋର୍ସ ଗଠନ କରାଯାଇ ଏହି ସନ୍ଦିଗ୍ଧ ମାନଙ୍କୁ ଠାବ କରାଯାଇଛି। ସମସ୍ତଙ୍କୁ ସୋମବାର ରାତିରୁ ଚିହ୍ନଟ ହୋଇଥିବା ଏହି ପ୍ରବାସୀମାନଙ୍କୁ ଯାଞ୍ଚ ପାଇଁ ହୋଲ୍ଡିଂ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।
ହୋଲ୍ଡିଂ ସେଣ୍ଟରକୁ ସ୍ଥାନାନ୍ତରିତ ହୋଇଥିବା ଏହି ୪୪୪ ଜଣଙ୍କ କାଗଜପତ୍ର ଯାଞ୍ଚ ଚାଲିଛି ଏବଂ ସେହି ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ। ଏନେଇ ଉତ୍ତର ରେଞ୍ଜର ପୋଲିସ ମହାନିରୀକ୍ଷକ ହିମାଂସୁ କୁମାର ଲାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ବିଭିନ୍ନ ଶିଳ୍ପ, ଖଣିରେ ନିୟୋଜିତ, ରାଜମିସ୍ତ୍ରୀ ଏବଂ ଘର ରଙ୍ଗକାରୀ ଭାବରେ ନିୟୋଜିତ ଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (MHA) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ବାଲାଂଦେଶୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ (STF) ଗଠନ କରାଯାଇଥିଲା। STF ର ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଥାନା ସୀମା ମଧ୍ୟରେ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ଯାହା ମାଧ୍ୟମରେ ୪୪୪ ଜଣଙ୍କୁ ଯାଞ୍ଚ ପାଇଁ ଦୁଇଟି ହୋଲ୍ଡିଂ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।
Comments are closed.