ମାଲକାନଗିରି: ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର। ମଲକାନଗିରି-ଛତିଶଗଡ଼ ସୀମାନ୍ତ ବାସାଗୁଡ଼ା ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ସମୟରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ହୋଇଛି। ତେବେ ଏହି ଗୁଳି ବିନିମୟ ବେଳେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି। ମାଓବାଦୀ ଲୁଚିଥିବା ନେଇ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ସେହିପରି ଆଜି ଓଡ଼ିଶା-ଛତିଶଗଡ଼ ସୀମାରେ ଠାବ କଲେ ମାଓ କ୍ୟାମ୍ପ। ଛତ୍ରଭଙ୍ଗ ଦେଲେ ମାଓବାଦୀ। କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ରହିଛି। ସିନାପାଲି ଥାନା ନାରାୟଣଡଙ୍ଗର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି। ଡିଭିଏଫ୍ ଓ ଛତିଶଗଡ଼ ପୋଲିସର ମିଳିତ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ କଲେ ସୁରକ୍ଷାକର୍ମୀ।
ମାଓ କ୍ୟାମ୍ପରୁ ଗୋଟିଏ ଟିଫିନ ବୋମା, ୨୦ଟି ଜିଲୋଟିନ୍ ସମେତ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜିଆର ରାଘବେନ୍ଦ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏସ୍ପି କହିଛନ୍ତି, ଗତ ୫ ତାରିଖରେ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ଜିଲ୍ଲା ପୁଲିସକୁ ସୂଚନା ମିଳିଥିଲା। ଏହି ଆଧାରରେ ଡ଼ିଭିଏଫ ଟିମ୍ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲା।
Comments are closed.