ନୂଆଦିଲ୍ଲୀ: ମୋବାଇଲ ଓ ଟେକ୍ନୋଲୋଜି ଜଗତରେ Appleର ନାମ କୌଣସି ପରିଚୟର ଆବଶ୍ୟକତା ନାହିଁ । କିନ୍ତୁ ଏବେ ଏକ ନୂଆ ନାଁ ଚର୍ଚ୍ଚାରେ ରହିଛିନ୍ତି ସବୀହ ଖାନ। ବିଶ୍ୱର ସବୁଠୁ ମୂଲ୍ୟବାନ ଟେକ୍ କମ୍ପାନୀ ଆପଲ ତାଙ୍କୁ ନିଜର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (COO) ଭାବେ ନିଯୁକ୍ତ କରିଛି। ସବୁଠୁ ବଡ଼ କଥା ହେଉଛି, ସବୀହ ଖାନ ହେଉଛନ୍ତି ମୂଳ ଭାରତୀୟ । ତାଙ୍କର ଜନ୍ମ ଉତ୍ତର ପ୍ରଦେଶର ମୁରାଦାବାଦ ସହରରେ ହୋଇଥିଲା। ଆଜି ସେ ଏପରି ଏକ ସ୍ଥାନରେ ପହଞ୍ଚିଛନ୍ତି, ଯାହା କୋଟି କୋଟି ଲୋକଙ୍କ ପାଇଁ ଏକ ସ୍ୱପ୍ନ।
କିଏ ଏହି ସବୀହ ଖାନ?
ସବୀହ ଖାନ ୧୯୯୫ ମସିହାରୁ ଆପଲ ସହ ଜଡ଼ିତ। ଅର୍ଥାତ୍ ପ୍ରାୟ ୩୦ ବର୍ଷ ଧରି ସେ ଏହି କମ୍ପାନୀ ସହ କାମ କରୁଛନ୍ତି। ସେ କମ୍ପାନୀର ଅପରେସନ୍ସ ଓ ଉତ୍ପାଦନ ବ୍ୟବସ୍ଥାକୁ ଏତେ ଦକ୍ଷତାର ସହ ପରିଚାଳନା କରିଛନ୍ତି ଯେ ଆପଲର ସିଇଓ ଟିମ୍ କୁକ୍ ମଧ୍ୟ ତାଙ୍କ କାର୍ଯ୍ୟର ପ୍ରଶଂସକ। ଏବେ ତାଙ୍କୁ କମ୍ପାନୀର ନୂଆ ଅପରେସନ୍ସ ମୁଖ୍ୟ ବା COO ନିଯୁକ୍ତ କରାଯାଇଛି।
ଶିକ୍ଷା ଓ ଯାତ୍ରା
ସବୀହ ଖାନ ଆମେରିକାର ତୁଲେନ୍ ୟୁନିଭରସିଟିରୁ ମେକାନିକାଲ ଇଞ୍ଜିନିୟରିଂ ଓ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ତେବେ ତାଙ୍କର ସ୍କୁଲ ଶିକ୍ଷା ଭାରତରେ ହିଁ ସମ୍ପୂର୍ଣ୍ଣ ହୋଇଥିଲା। ଭାରତର ଏକ ସାଧାରଣ ସହରରୁ ଆରମ୍ଭ କରି ଆମେରିକାର କର୍ପୋରେଟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ ନଥିଲା। କିନ୍ତୁ ସବୀହ ନିଜର କଠିନ ପରିଶ୍ରମ ଓ ଦକ୍ଷତା ବଳରେ ଏହାକୁ ସମ୍ଭବ କରି ଦେଖାଇଛନ୍ତି।
ଆୟ କେତେ?
ବାରନ୍ସର ରିପୋର୍ଟ ଅନୁସାରେ, ସବୀହ ଖାନଙ୍କ ପୂର୍ବବର୍ତ୍ତୀ COO ଜେଫ୍ ୱିଲିୟମ୍ସଙ୍କୁ ବାର୍ଷିକ ୧ ମିଲିୟନ ଡଲାର (ପ୍ରାୟ ୮ କୋଟି ଟଙ୍କା) ମୂଳ ଦରମା ମିଳୁଥିଲା। ବୋନସ ଓ ଅନ୍ୟାନ୍ୟ ସୁବିଧା ଯୋଡ଼ିବା ପରେ ତାଙ୍କର ମୋଟ ଆୟ ପ୍ରାୟ ୨୩ ମିଲିୟନ ଡଲାର (ପ୍ରାୟ ୧୯୧ କୋଟି ଟଙ୍କା) ପର୍ଯ୍ୟନ୍ତ ପହଞ୍ଚୁଥିଲା। ଅନୁମାନ କରାଯାଉଛି ଯେ ସବୀହ ଖାନଙ୍କର ଦରମା ମଧ୍ୟ ଏହାର ଆଖାପାଖା ହୋଇପାରେ। ତେବେ ଆପଲ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସୂଚନା ଦେଇନାହିଁ।
Comments are closed.