Latest Odisha News

ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବରେ ୪ଜଣ ସାମ୍ବାଦିକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆରମ୍ଭ ହୋଇଛି ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବ । ଏହି ଉତ୍ସବର ଉଦଘାଟନୀ ଉତ୍ସବରେ ୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସମେତ ସମୁଦାୟ ୭ ଜଣ ପ୍ରତିଭାଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି ।

କନ୍ଦରପୁରସ୍ଥିତ ସରସ୍ୱତୀ କଳା ପରିଷଦ ର ୧୬ତମ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ତିନିଦିନିଆ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ୬ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସତ୍ୟବ୍ରତ ଦାଶ, ସନ୍ତୋଷ କୁମାର ପଣ୍ଡା,  ଗୋବିନ୍ଦ, ରାମକୃଷ୍ଣ ବାରିକ ପ୍ରମୁଖ ସାମ୍ବାଦିକଙ୍କ ସମେତ ସ୍ୱେଚ୍ଛାସେବୀ ଅନୁପମା ପଣ୍ଡା, ସ୍ତମ୍ଭକାର ଡି ଶୁଭମ୍ ଓ କୃତୀ ଶିକ୍ଷକ ପ୍ରସନଜିତ୍ ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ଏହି ଭବ୍ୟ ଉତ୍ସବରେ ସମାଜସେବୀ ପ୍ରିନ୍ସ ନନ୍ଦ, ଲୋକପ୍ରତିନିଧି ଗୋକୁଳ ପ୍ରଧାନ ଓ ମାନସୀ ସାହୁ, କବି କାମଦେବ ସ୍ୱାଇଁ, ପୀତାମ୍ବର ମହାପାତ୍ର, ଖଗେଶ୍ୱର ମହାରଣା, ଦିବାକର ସାହୁ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ।

ଏହି ଅବସରରେ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ବକୃତା, ସଂଗୀତ, ଚିତ୍ରାଙ୍କନ ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ କୃତୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସାମ୍ବାଦିକ ପ୍ରଭାତ ମଲ୍ଲିକ ଅତିଥି ପରିଚୟ ଓ ସମାଜସେବୀ ଚକ୍ରବର୍ତ୍ତୀ ଓତା ସ୍ୱାଗତୋକ୍ତି ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ପ୍ରତିଭା ଶତପଥୀ, ସମ୍ପାଦକ ଅଶୋକ ପଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ¦ ଇଂ ସେବକ ଶ୍ରୀକାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.