ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଆଜି ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ । ଏଥି ମଧ୍ୟରେ ଓଡିଶାର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମଠାରେ ମଧ୍ୟ ଏହି ମେଳା ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓି କନଫରେନ୍ସିଂରେ ଯୋଗଦେଇ ୫୧ହଜାରରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଏଥିରେ ରାଜ୍ୟରୁ ୨୦୦ ଆଶାୟୀଙ୍କୁ ନିଯୁକ୍ତିପତ୍ର ମିଳିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡିକରେ ଏହି ନିଯୁକ୍ତି ମିଳିବ । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ନବନିଯୁକ୍ତମାନେ ରେଳ ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଡାକ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଶ୍ରମ ଓ କର୍ମନିଯୁକ୍ତି ମନ୍ତ୍ରଣାଳୟ ସହିତ ଅନ୍ୟାନ୍ୟ ବିଭାଗ ଓ ମନ୍ତ୍ରଣାଳୟରେ ଯୋଗଦେବେ ।
କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ପୂର୍ବତଟ ରେଳପଥର ବିଶାଖାପାଟଣା ଏବଂ ସମ୍ବଲପୁର ଡିଭିଜନରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
Comments are closed.