Latest Odisha News

BREAKING NEWS

ରହସ୍ୟମୟ ଗାଁ’ ମାନା; ବ୍ୟାସଦେବ ଯେଉଁଠି ରଚନା କରିଥିଲେ ଚତୁର୍ବେଦ !

ଭୁବନେଶ୍ୱର: ଭାରତର ଶେଷ ଗାଁର ନାମ ହେଉଛି ମାନା । ଏହା ଏକ ରହସ୍ୟମୟ ଗାଁ । ଲୋକକଥା ଅନୁସାରେ ଏହିଠାରେ ବେଦବ୍ୟାସ ଚାରି ବେଦର ରଚନା କରିଥିଲେ । ଉତରାଖଣ୍ଡର ଚମୋଲିଠାରୁ ଏହାର ୩୧୧୫ ମିଟର ଉଚ୍ଚତାରେ ଏହି ଗାଁ ଅବସ୍ଥିତ ।

ଶ୍ରୀଗଣେଶ ମହାକାବ୍ୟ ମହାଭାରତ ଏଠାରେ ରଚନା କରିଥିଲେ । ମାନାରେ ଏକ ବ୍ରିଜ ଅଛି ଯାହାର ନାମ ଭିମ ପୁଲ । ଲୋକକଥା ଅନୁସାରେ ଭୀମ ଏଠାରେ ଦ୍ରୌପଦୀଙ୍କୁ ନଦୀ ପାର କରାଇବା ପାଇଁ ଉପରୋକ୍ତ ପୋଲର ନିର୍ମାଣ କରିଥିଲେ । ଭୀମଙ୍କ ପାଦ ଚିହ୍ନ ମଧ୍ୟ ଏଠାରେ ରହିଛି ।

ଆଉ ଏକ ପୌରାଣିକ କାହାଣୀ ଅନୁସାରେ ଗଣେଶ ମହାଭାରତ ରଚନା କରୁଥିବା ବେଳେ ସରସ୍ୱତୀ ନଦୀର ଶବ୍ଦ ତାଙ୍କୁ ଅନ୍ୟମନସ୍କ କରାଉଥିଲା ।

ଶେଷରେ ଗଣେଶ ରାଗି କରି ସରସ୍ୱତୀଙ୍କୁ ଅଭିଶାପ ଦେଇଥିଲେ ଯେ ଏହିଠାରୁ ଆଗକୁ ତୁମକୁ କେହି ଦେଖିପାରିବେ ନାହିଁ । ସେବେଠାରୁ ସରସ୍ୱତୀଙ୍କୁ ଗୁପ୍ତ ନଦୀ ଓ ଲୁକାୟିତ ନଦୀ ଭାବେ ଏଠାରେ ପରିଚିତ । ହରିଦ୍ୱାର ଷ୍ଟେଶନରେ ଓହ୍ଲାଇ ଏନଏଚ ୫୮ ରାସ୍ତାରେ ରହସ୍ୟମୟ ମାନା ଗାଁକୁ ଯାଇ ହେବ ।

Leave A Reply

Your email address will not be published.