Latest Odisha News

BREAKING NEWS

ନୂଆବର୍ଷ ଲାଗି ସଜେଇ ହେଉଛି ଶ୍ରୀମନ୍ଦିର

ପୁରୀ: ନୂଆବର୍ଷର ଆଗମନକୁ ଆଉ ଦିନ କେଇଟା ବାକି ରହିଥିବାବେଳେ ଏହାକୁ ନେଇ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଉଛି ।

ପ୍ରାପ୍ତ ସୂଚନାନୁଯାୟୀ ଏଠାକୁ ଆସୁଥିôବା ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ଲାଗି ସେଠାରେ ଥିବା ସେଡ୍ ଗୁଡିକରେ ସ୍ପିକର ଲଗାଯାଇଛି । ଯେଉଁଥିରେ ଭକ୍ତପୂର୍ଣ୍ଣ ଭଜନ ଓ ଜଗନ୍ନାଥାଷ୍ଟକ ବାଜିବ ।

ଏପରିକି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଅଲଟ୍ରା ମର୍ଡନ ସସିଟିଭି କ୍ୟାମେରା ଲଗାଯାଇଛି ।

ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ ତଥା ପୁରୀର ବଦଳୁଥିବା ଛବିକୁ ଦେଖିବା ପାଇଁ ଦର୍ଶକ ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଉଛି । ଏପରିକି ଆଗକୁ ନବବର୍ଷ ଥିବାରୁ ଏଠାରେ ଲୋକଙ୍କ ବେଶ ସମାଗମ ହେବ । ଯେଉଁଥିପାଇଁ ସିଂହଦ୍ୱାର ସମ୍ମୁଖ ପ୍ରାଚୀର କଡରେ ସବୁଜିମା ସୃଷ୍ଟି କରାଯାଉଛି ।

ଆହୁରି ମଧ୍ୟ ଭକ୍ତଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ମନ୍ଦିର ପରିସରରେ ରଖି ୨ କମାଣ୍ଡୋ ଓ ୬୫ ପ୍ଲାଟୁନ୍ ପୋଲିସ, ୭ ଏସପି, ୧୯ ଡିଏସପି ଓ ଆସିଷ୍ଟାଣ୍ଟ କମାଡାଣ୍ଟ, ୪୮ ପୋଲିସ ଅଫିସର, ୨୦୦ ଏସଆଇ ଓ ଏଏସଆଇ ନିୟୋଜିତ ରହିବେ ବୋଲି ସୁତ୍ରରୁ ପ୍ରକାଶ ।
ଏହାବ୍ୟତିତ ମୋଟ୍ ୩୬ ହାବିଲଦାର ଓ ଟ୍ରାଫିକ୍ ପୋଲିସ ସହ ୨୨୯ ଜଣ କନଷ୍ଟେବଳଙ୍କୁ ସୁରକ୍ଷା ଦାୟିତ୍ୱ ବଣ୍ଟନ କରାଯାଇଛି । ଏପରିକି ୬୦୦ ହୋମଗାର୍ଡଙ୍କୁ ମଧ୍ୟ ମୁତୟନ କରାଯିବ ।

ଅପରପକ୍ଷରେ ଡିସେମ୍ବର ୩୧ ଓ ଜାନୁଆର ୧ ତାରିଖରେ ସହର ମଧ୍ୟରେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯିବ । ସେହିପରି ଦୈନିକ ଚଳାଚଳ କରୁଥିବା ବସ୍ ପୁରୀ ବସଷ୍ଟାଣ୍ଡ ଓ ଟୁରିଷ୍ଟ ବସ୍ ଗୁଡିକ ମାଳତିପାଟପୁରରେ ପାର୍କିଂ କରାଯିବ ବୋଲି ସୂଚନା ମିଳିଛି ।

ସୂଚାଯୋଗ୍ୟ, ଏହାପୂର୍ବରୁ ରଥଯାତ୍ରା ସମୟରେ ମଧ୍ୟ ପୁରୀ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଇଥିଲା ।

Leave A Reply

Your email address will not be published.