ଆଉ ଦୁନିଆରେ ନାହାଁନ୍ତି କଲେଜ ପଢୁଆ ଝିଅ ସୌମ୍ୟାଶ୍ରୀ । ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ସେ ଆରପାରିକୁ ଚାଲିଯାଇଛନ୍ତି । ନିଜ ଅସୁବିଧା ବାବଦରେ ସେ ସମସ୍ତଙ୍କୁ ଅବଗତ କରାଇଥିଲା । ହେଲେ କେହି ନଶୁଣିବାରୁ ସେ ଆରପାରିକୁ ଚାଲି ଯାଇଛି । ସେଦିନ ସେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଥିଲା । ହେଲେ ଏହି ପେଟ୍ରୋଲ ତାଙ୍କୁ କିଏ ଦେଇଥିଲା । ଯଦି ସେ ନିଜେ ପେଟ୍ରୋଲ ଆଣି ଆସିଥିଲେ । ତେବେ ନିଆଁ ଲାଗିବା ବେଳେ ଅନ୍ୟମାନେ କାହିଁକି ଅଟକାଇଲେ ନାହିଁ । ସୌମ୍ୟାଶ୍ରୀଙ୍କ ଅସୁବିଧା ଯାହା ବି ହେଉ ଜଣେ ଏଭଳି କାଣ୍ଡ କଲାବେଳେ ଅନ୍ୟମାନେ କାହିଁକି ଚୁପ ରହିଲେ । ସାଧାରଣତଃ ଜଣେ ବ୍ୟକ୍ତି ରାଗରେ ଥିବା ବେଳେ କିଛି ବି କରିବାକୁ ପ୍ରସ୍ତୁତ ହୋଇଥାଏ । ସୌମ୍ୟାଶ୍ରୀ ମଧ୍ୟ ସେମିତି କିଛି ଚିନ୍ତା କରିଥିବେ । ବାରମ୍ବାର ଅନ୍ୟମାନଙ୍କୁ ଜଣାଇଲେ ମଧ୍ୟ ତାଙ୍କ କଥା ସମାଧାନ ହୋଇନଥିଲା । ଏହି କାରଣ ପାଇଁ ଜଣେ କେବେ ବି ଏଭଳି କାମ କରିବାକୁ ସାହସ କରିପାରିବ ନାହିଁ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସାରା ରାଜ୍ୟ କାନ୍ଦୁଛି । ସେ ଏତେବଡ ନିଷ୍ପତି ନେଲେ ଏକଥା କଣ କେହି ଜାଣିନଥିଲେ । ପେଟ୍ରୋଲ ପମ୍ପକୁ ଯାଇ ଏକ ଜାରରେ ପେଟ୍ରୋଲ ଆଣିବା ସାଧାରଣ କଥା । ହେଲେ ଜଣେ କଲେଜ ପଢୁଆ ଝିଅ ପେଟ୍ରୋଲ ପମ୍ପରୁ ଏକ ଜାରରେ ପେଟ୍ରୋଲ ଆଣିବା ବେଳେ ତାଙ୍କୁ କେହି କାହିଁକି ପଚାରିଲେ ନାହିଁ । ଯଦି ସେଠାରେ କେହି ପଚାରିଲେ ନାହିଁ , ସେ ଆତ୍ମାହୁତି ଦେବା ବେଳେ ଅନ୍ୟ ଝିଅମାନେ କଣ କରୁଥିଲେ । ଆଉ ସେ ଯେଉଁ ଡ୍ରେସ ପିନ୍ଧିଥିଲେ ସେ କପଡାରେ ନିଆଁ ବହୁତ ଶୀଘ୍ର ଲାଗିଯିବ । ତେଣୁ ସେହି ସମୟରେ ଉପସ୍ଥିତ ଥିବା ସମସ୍ତ ସାଙ୍ଗସାଥୀ ମାନଙ୍କୁ ଏବବାଦରେ ପଚରାଯିବା ନିହାତି ଦରକାର । ଯଦି ଏହି ଘଟଣାରେ ସେମିତି କାହାକୁ ଦଣ୍ଡିତ କରାନଯାଏ ତେବେ ଆଗାମୀ ଦିନରେ ଯୁବପିଢୀ ଏମିତି ଭୂଲ କାମ କରିବାକୁ ନିଷ୍ପତି ନେବେ । ତେଣୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସେ ନିଜେ ଦାୟୀ ନା ତାଙ୍କ ପଛରେ ଆଉ କାହାର ହାତ ରହିଛି । ଜଣେ ଛାତ୍ରୀ ଏଭଳି ନିଷ୍ପତି ନେବା ଆଗରୁ କାହାକୁ କଣ କହିଥିଲେ । ଆଉ ସେମାନେ ସେତେବେଳେ କଣ ଉତ୍ତର ଦେଇଥିଲେ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣ ରେ ଦାବି ହୋଇଛି ।
BREAKING NEWS
- ଏଏନଏମ ପରୀକ୍ଷା ବାତିଲ; ବର୍ଷିଲେ ନବୀନ
- T20 Match Ticket: ବାରବାଟୀ ଟିକେଟ ବିକ୍ରି ଶେଷ, ଦିନକରେ ସରିଗଲା ୧୦ ହଜାର ଟିକେଟ୍
- MKBY; ଝିଅ ବାହାଘର ପାଇଁ ଆଉ ନାହିଁ ଚିନ୍ତା, ଟାଙ୍କା ସହ ଉପହାର ଦେବେ ମୁଖ୍ୟମନ୍ତ୍ରୀ
- Odisha Winter: ରାଜ୍ୟରେ ହାଡ଼ଭଙ୍ଗା ଶୀତ: ୨ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ
- ଇଣ୍ଡିଗୋ ସଙ୍କଟ: ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି
- ଇଣ୍ଡିଗୋ ସଙ୍କଟ ମଧ୍ୟରେ ରେଳବାଇର ବଡ଼ ଘୋଷଣା; ୩୭ ଟ୍ରେନରେ ଯୋଡାଗଲା ୧୧୬ କୋଚ୍
- ଟ୍ରମ୍ପଙ୍କୁ ମିଳିଲା ଶାନ୍ତି ପୁରସ୍କାର…
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
Comments are closed.