ଆଉ ଦୁନିଆରେ ନାହାଁନ୍ତି କଲେଜ ପଢୁଆ ଝିଅ ସୌମ୍ୟାଶ୍ରୀ । ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ସେ ଆରପାରିକୁ ଚାଲିଯାଇଛନ୍ତି । ନିଜ ଅସୁବିଧା ବାବଦରେ ସେ ସମସ୍ତଙ୍କୁ ଅବଗତ କରାଇଥିଲା । ହେଲେ କେହି ନଶୁଣିବାରୁ ସେ ଆରପାରିକୁ ଚାଲି ଯାଇଛି । ସେଦିନ ସେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଥିଲା । ହେଲେ ଏହି ପେଟ୍ରୋଲ ତାଙ୍କୁ କିଏ ଦେଇଥିଲା । ଯଦି ସେ ନିଜେ ପେଟ୍ରୋଲ ଆଣି ଆସିଥିଲେ । ତେବେ ନିଆଁ ଲାଗିବା ବେଳେ ଅନ୍ୟମାନେ କାହିଁକି ଅଟକାଇଲେ ନାହିଁ । ସୌମ୍ୟାଶ୍ରୀଙ୍କ ଅସୁବିଧା ଯାହା ବି ହେଉ ଜଣେ ଏଭଳି କାଣ୍ଡ କଲାବେଳେ ଅନ୍ୟମାନେ କାହିଁକି ଚୁପ ରହିଲେ । ସାଧାରଣତଃ ଜଣେ ବ୍ୟକ୍ତି ରାଗରେ ଥିବା ବେଳେ କିଛି ବି କରିବାକୁ ପ୍ରସ୍ତୁତ ହୋଇଥାଏ । ସୌମ୍ୟାଶ୍ରୀ ମଧ୍ୟ ସେମିତି କିଛି ଚିନ୍ତା କରିଥିବେ । ବାରମ୍ବାର ଅନ୍ୟମାନଙ୍କୁ ଜଣାଇଲେ ମଧ୍ୟ ତାଙ୍କ କଥା ସମାଧାନ ହୋଇନଥିଲା । ଏହି କାରଣ ପାଇଁ ଜଣେ କେବେ ବି ଏଭଳି କାମ କରିବାକୁ ସାହସ କରିପାରିବ ନାହିଁ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସାରା ରାଜ୍ୟ କାନ୍ଦୁଛି । ସେ ଏତେବଡ ନିଷ୍ପତି ନେଲେ ଏକଥା କଣ କେହି ଜାଣିନଥିଲେ । ପେଟ୍ରୋଲ ପମ୍ପକୁ ଯାଇ ଏକ ଜାରରେ ପେଟ୍ରୋଲ ଆଣିବା ସାଧାରଣ କଥା । ହେଲେ ଜଣେ କଲେଜ ପଢୁଆ ଝିଅ ପେଟ୍ରୋଲ ପମ୍ପରୁ ଏକ ଜାରରେ ପେଟ୍ରୋଲ ଆଣିବା ବେଳେ ତାଙ୍କୁ କେହି କାହିଁକି ପଚାରିଲେ ନାହିଁ । ଯଦି ସେଠାରେ କେହି ପଚାରିଲେ ନାହିଁ , ସେ ଆତ୍ମାହୁତି ଦେବା ବେଳେ ଅନ୍ୟ ଝିଅମାନେ କଣ କରୁଥିଲେ । ଆଉ ସେ ଯେଉଁ ଡ୍ରେସ ପିନ୍ଧିଥିଲେ ସେ କପଡାରେ ନିଆଁ ବହୁତ ଶୀଘ୍ର ଲାଗିଯିବ । ତେଣୁ ସେହି ସମୟରେ ଉପସ୍ଥିତ ଥିବା ସମସ୍ତ ସାଙ୍ଗସାଥୀ ମାନଙ୍କୁ ଏବବାଦରେ ପଚରାଯିବା ନିହାତି ଦରକାର । ଯଦି ଏହି ଘଟଣାରେ ସେମିତି କାହାକୁ ଦଣ୍ଡିତ କରାନଯାଏ ତେବେ ଆଗାମୀ ଦିନରେ ଯୁବପିଢୀ ଏମିତି ଭୂଲ କାମ କରିବାକୁ ନିଷ୍ପତି ନେବେ । ତେଣୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସେ ନିଜେ ଦାୟୀ ନା ତାଙ୍କ ପଛରେ ଆଉ କାହାର ହାତ ରହିଛି । ଜଣେ ଛାତ୍ରୀ ଏଭଳି ନିଷ୍ପତି ନେବା ଆଗରୁ କାହାକୁ କଣ କହିଥିଲେ । ଆଉ ସେମାନେ ସେତେବେଳେ କଣ ଉତ୍ତର ଦେଇଥିଲେ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣ ରେ ଦାବି ହୋଇଛି ।
BREAKING NEWS
- ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିକ ହେଲା ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ
- ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା, ବିପଦ ସଙ୍କେତ ଉପରେ ବହୁଛି ବୈତରଣୀ
- ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା: ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
- ଦେଶରେ ଚିନି ଗଚ୍ଛିତକୁ ରୋକିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେବାକୁ ଯାଉଛି ଷ୍ଟକ୍ ହୋଲ୍ଡିଂ ସୀମା
- ବିନା ଓଟିପି, ବିନା ଲିଙ୍କ୍ରେ ଖାଲି ହେଲା ଆକାଉଣ୍ଟ: ଫୋନ୍ ଉଠାଇବା ମାତ୍ରେ ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ
- ଲୋକସେବା ଭବନରୁ ଫାଇଲ୍ ଗାଏବ ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ଖୁବଶୀଘ୍ର ପଦାକୁ ଆସିବ ସତ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ପୁଣି ତାତିବ ଯନ୍ତରମନ୍ତର: ଖାକିର ସମ୍ମାନ ପାଇଁ ଏଥର ରାଜରାସ୍ତାକୁ ଓହ୍ଲାଇବେ ଅବସରପ୍ରାପ୍ତ ପୋଲିସ!
- ସଂସଦରେ ତୁମୁଳ କାଣ୍ଡ! ପେପର ଲିକ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କାଠଗଡ଼ାରେ ଛିଡ଼ା କଲେ ତେଜସ୍ୱୀ ସୂର୍ଯ୍ୟ
- ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କୁ କାହିଁକି ମିଳିଲା ସ୍ୱାଗତ? ସଂସଦରେ ଉଠିଲା ସାଙ୍ଘାତିକ ପ୍ରଶ୍ନ
- ପୁଣି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି; ତପ୍ତପାଣିରେ କାହିଁକି ହେଉଛି ସ୍ୱତନ୍ତ୍ର ପ୍ରସ୍ତୁତି?
Comments are closed.