Latest Odisha News

BREAKING NEWS

ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା,ଘଣ୍ଟାକରେ ୧୦ ହଜାର ଶ୍ରଦ୍ଧାଳୁ କରିବେ ଦର୍ଶନ

ପୁରୀ:ଶ୍ରୀମନ୍ଦିରରେ ଭକ୍ତଙ୍କ ସୁବିଧାଜନକ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଖୁବଶୀଘ୍ର ଲାଗୁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ନୂଆବର୍ଷ ପୂର୍ବରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କାର୍ତ୍ତିକ ବ୍ରତ ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏକା ସଙ୍ଗେ ୮ଟି ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଘଣ୍ଟାଏ ଭିତରେ ପାଖାପାଖି ୧୦ ହଜାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିବେ । IIT ଭୁବନେଶ୍ବର ସହ ସବୁ ଟେକ୍ନିକାଲ ଟିମ୍ ସହଯୋଗରେ ଏହା କରାଯାଇଛି।

ସାତ ପାହାଚ ପରେ ପରେ ଗରୁଡ଼ ସ୍ତମ୍ଭ ବାହାର କାଠ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁହେବ । ତେବେ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଏହାର ପରିଦର୍ଶନ କରିବେ। ସେମାନଙ୍କ ଅନୁଧ୍ୟାନ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ।

Leave A Reply

Your email address will not be published.