ଝାଡ଼ଖଣ୍ଡ: ବୋକାରୋ ଜିଲ୍ଲାର ଲୁଗୁ ପାହାଡ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ମିଳିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି ଏବଂ ଜଣେ କୋବ୍ରା ଯବାନ ସହିଦ ହୋଇଛନ୍ତି । ସହିଦ ପ୍ରଣବେଶ୍ୱର ଆସାମର ବାସିନ୍ଦା ଥିଲେ।
ଏଥିସହ ମାଓବାଦୀମାନଙ୍କ ଗୁଳିରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ରହିଛି।
ତେବେ ନକ୍ସଲ କମାଣ୍ଡର କୁନୱର ମାଞ୍ଝିଙ୍କ ମୃତ୍ୟୁ ଖବର ଆସିଛି, ଯାହାଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। କୁନୱର ର AK-47 ରାଇଫଲ ମଧ୍ୟ ପୋଲିସ ଜବତ କରିଛି। ଏହି ଅପରେସନରେ ସୁରକ୍ଷା ବାହିନୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି।
ସୂଚନାନୁସାରେ, ବୋକାରୋ ରେଞ୍ଜ ଆଇଜି କ୍ରାନ୍ତି କୁମାର ଗଡଦେଶୀ କହିଛନ୍ତି ଯେ, ବୁଧବାର ଭୋର ସମୟରେ ଲୁଗୁ ପାହାଡ଼ ନିକଟରେ ମାଓବାଦୀମାନଙ୍କ ଏକ ଦଳ ସକ୍ରିୟ ଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ, କେନ୍ଦ୍ରୀୟ ବାହିନୀ ସହିତ ବୋକାରୋ ପୋଲିସ ଦ୍ୱାରା ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା।
ଆଇଜି ବୋକାରୋ କହିଛନ୍ତି ଯେ, ମାଓବାଦୀମାନଙ୍କ ସନ୍ଧାନରେ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି।
Comments are closed.