ସମ୍ବଲପୁର : ଏଫ ଏମ କଲେଜ ଘଟଣାର କିଛିଦିନ ନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା । ବିବାହର ପ୍ରତିଶୃତି ଦେଇ ଜଣେ ଅଧ୍ୟାପକ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଅଧ୍ୟାପକ ଗୋପୀକାନ୍ତ ସୁନା ପ୍ରେମ ନିବେଦନ କରିଥିଲେ । ଏହାପରେ ବିବାହ ପାଇଁ ଅଧ୍ୟାପକ ପ୍ରସ୍ତାବ ଦେଇଥିଲେ । କିଛିଦିନ ଯିବା ପରେ ସେ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ଶାରିରୀକ ସମ୍ପର୍କ ରଖିବା ପରେ ଆଉ ଛାତ୍ରୀଙ୍କୁ ଧରାଛୁଆଁ ଦେଇନଥିଲେ । ଏ ବାବଦରେ ଛାତ୍ରୀ ଜଣଙ୍କ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଅଧ୍ୟାପକ ଗୋପୀନାଥଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ମିଥ୍ୟା କଥା କହି ଛାତ୍ରୀଙ୍କୁ ଅଧ୍ୟାପକ ଫସାଇ ଦେଇଥିଲେ । ଆଉ ପ୍ରତିଦିନ କିଛି ନା କିଛି ବାହାନା କରି ଶାରିରୀକ ସମ୍ପର୍କ ରଖିଥିଲେ । ହେଲେ ବିବାହ କଥା କହିବାରୁ ସେ ଏହାକୁ ଗ୍ରହଣ କରିନଥିଲେ । ତେଣୁ ଛାତ୍ରୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଥାନାରେ ଦ୍ୱାରସ୍ଥ ହେବା ପରେ ମହିଳା ଥାନା ପୋଲିସ ଅଭିଯୁକ୍ତ ଅଧ୍ୟାପକ ଗୋପୀନାଥଙ୍କୁ ଗିରଫ କରିଛି ।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.