ସମ୍ବଲପୁର : ଏଫ ଏମ କଲେଜ ଘଟଣାର କିଛିଦିନ ନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା । ବିବାହର ପ୍ରତିଶୃତି ଦେଇ ଜଣେ ଅଧ୍ୟାପକ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଅଧ୍ୟାପକ ଗୋପୀକାନ୍ତ ସୁନା ପ୍ରେମ ନିବେଦନ କରିଥିଲେ । ଏହାପରେ ବିବାହ ପାଇଁ ଅଧ୍ୟାପକ ପ୍ରସ୍ତାବ ଦେଇଥିଲେ । କିଛିଦିନ ଯିବା ପରେ ସେ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ଶାରିରୀକ ସମ୍ପର୍କ ରଖିବା ପରେ ଆଉ ଛାତ୍ରୀଙ୍କୁ ଧରାଛୁଆଁ ଦେଇନଥିଲେ । ଏ ବାବଦରେ ଛାତ୍ରୀ ଜଣଙ୍କ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଅଧ୍ୟାପକ ଗୋପୀନାଥଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ମିଥ୍ୟା କଥା କହି ଛାତ୍ରୀଙ୍କୁ ଅଧ୍ୟାପକ ଫସାଇ ଦେଇଥିଲେ । ଆଉ ପ୍ରତିଦିନ କିଛି ନା କିଛି ବାହାନା କରି ଶାରିରୀକ ସମ୍ପର୍କ ରଖିଥିଲେ । ହେଲେ ବିବାହ କଥା କହିବାରୁ ସେ ଏହାକୁ ଗ୍ରହଣ କରିନଥିଲେ । ତେଣୁ ଛାତ୍ରୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଥାନାରେ ଦ୍ୱାରସ୍ଥ ହେବା ପରେ ମହିଳା ଥାନା ପୋଲିସ ଅଭିଯୁକ୍ତ ଅଧ୍ୟାପକ ଗୋପୀନାଥଙ୍କୁ ଗିରଫ କରିଛି ।
BREAKING NEWS
- Odisha Politics: ବିଜେଡିକୁ ଶକ୍ତ ଝଟକା; ପଦ୍ମ ଧରିଲେ ପ୍ରଫୁଲ ସାମଲଙ୍କ ୨ ପୁଅ ଓ ଭଉଣୀ
- ବିନା ଅନୁମତିରେ ବିଡିଓ ଏବଂ ତହସିଲଦାର ଛୁଟିରେ ରହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ…
- India -South africa T20 match: ସାଧାରଣ ଦର୍ଶକ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା ଜାରୀ; ରିଅଲ୍-ଟାଇମ୍ ସେବା ଅପଡେଟ୍ ପାଇଁ…
- Green Energy Hub: ୨୦୩୬ ସୁଦ୍ଧା ରାଜ୍ୟ ହେବ ଗ୍ରୀନ୍ ଏନର୍ଜି ହବ୍: ମୁଖ୍ୟମନ୍ତ୍ରୀ
- ୫୨୦୧୩୧୪ ନମ୍ବର କାହିଁକି ସବୁଆଡେ ହେଉଛି ଭାଇରାଲ୍ ? ଜଣାପଡ଼ିଲା ରହସ୍ୟ
- କର୍କଟ ମାମଲାରେ ବିଶ୍ୱର ତୃତୀୟ ସ୍ଥାନରେ ଅଛି ଭାରତ, କେଉଁ ରାଜ୍ୟରେ ଅଧିକ ରୋଗୀ ଅଛନ୍ତି ଜାଣନ୍ତୁ..
- ଚୋରା ବନ୍ଧୁକ କାରବାର କରୁଥିବା ୨ କୁଖ୍ୟାତ ଅପରାଧୀ କାବୁ, ଅସ୍ତ୍ରଶସ୍ତ୍ର ଉଦ୍ଧାର
- ମଣିଷର ବ୍ଲଡ ଗ୍ରୁପ୍ କିପରି ନିର୍ଣ୍ଣୟ କରାଯାଏ?
- ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…
- OSSTET- ୨୦୨୫ ପରୀକ୍ଷା ହେବ ଏହି ଦିନ… ଆଜି ଠାରୁ ଆବେଦନ ଆରମ୍ଭ
Comments are closed.