ଆଉ କିଛି ଦିନ ପରେ ଖୋଲା ମଞ୍ଚରେ ଅଭିନୟ କରିବେ କଳାକାର । ସେଥିପାଇଁ ଏବେ ବିଭିନ୍ନ ଯାତ୍ରାପାର୍ଟିରେ ଚାଲିଛି ରିହଲସେଲ । କଳାକାରମାନେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଯଥା ସମ୍ଭବ ସେମାନଙ୍କର ଚେଷ୍ଟା ଚଳାଇଛନ୍ତି । ଯାତ୍ରା ଲେଖକ ଦର୍ଶକଙ୍କ ମନପସନ୍ଦ କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମଧ୍ୟ ସୁନ୍ଦର ନିର୍ଦ୍ଦେଶନା ଦେଇଛନ୍ତି । ଚଳିତବର୍ଷ ଯାତ୍ରା ଗ୍ରାଣ୍ଡ ମହଲ ଦର୍ଶକଙ୍କ ମନପସନ୍ଦ ହେଲାଭଳି ନାଟକ ତିଆରି କରିଛି । ଆଖଡାଶାଳରେ ଆଗାମୀ ବର୍ଷ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ନାଟକ ରିହଲସେଲ ସରିବା ପରେ ଆଖଡାଶାଳରେ ଶତପ୍ରତିଶତ ପରିବେଷଣ ହୋଇଛି । ସ୍ୱାମୀ ସିନ୍ଦୁରକୁ ଭରଷା ନାହିଁ ନାଟକ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା । ଜଗନ୍ନାଥ ରାଉତ ନାଟକକୁ ରଚନା କରିଥିବାବେଳେ ନର୍ଦ୍ଦେଶନା ଦେଇଛନ୍ତି ସୁବୋଧ ମିଶ୍ର । ପ୍ରେମ, ପ୍ରତାରଣା, ପ୍ରତିହିଂସାର ଏକ ନିଛକ କାହାଣୀ ଦର୍ଶକ ଏଥିରେ ଦେଖିବାକୁ ପାଇବେ । ଆଜିକାଲିର ଦୁନିଆକୁ ନେଇ କାହାଣୀ ପ୍ରସ୍ତୁତ ହୋଇଛି । ଖଳନାୟକ ଭୂମିକାରେ ଅଭିନୟ କରିଥିବା ଅଭିନ ପାଢୀ ଯାତ୍ରୀ ଆରମ୍ଭରୁ ଦମଦାର ଷ୍ଟାଇଲରେ ଏଣ୍ଟ୍ରି କରିଥିଲେ । ଅଭିନଙ୍କ ସମେତ ବହୁ ବରିଷ୍ଠ କଳାକାରମାନେ ଏଥିରେ ସାମିଲ ହୋଇଛନ୍ତି । ଅଧା ରାତିରେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ଦମଦାର ଆଙ୍କରିଂ କରାଯାଇଥିଲା । ଏହା ସହ ମନପସନ୍ଦର ନୃତ୍ୟ ମଧ୍ୟ କଳାକାରମାନେ ପରିବେଷଣ କରିଥିଲେ । ଏହି ନାଟକ ସମସ୍ତଙ୍କ ମନକୁ ବେସ ଛୁଇଁବ ବୋଲି କଳାକାରମାନେ ଆଶାବାଦୀ ଅଛନ୍ତି । ଗୋଟିଏ ସ୍ତ୍ରୀ ପାଇଁ ସ୍ୱାମୀର ସିନ୍ଦୁର କେତେ ମୂଲ୍ୟବାନ ତାକୁ ନାଟକ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରାଯାଇଛି । ଆଜିକାଲି ଯେପରି ସ୍ୱାମୀ ଥାଉ ଥାଉ ଭୂଲ କାମ କରିବାକୁ ପଛାଉ ନାହାଁନ୍ତି ତାହା କେତେ ଖରାପ ତାହା ମଧ୍ୟ କୁହାଯାଇଛି । ବିଶେଷ କରି ସମୟର ସ୍ରୋତରେ ମଣିଷ ଯେତେବେଳେ ଭୂଲ କରିବସେ ସେ ଭୂଲକୁ ଠିକ କରିବାକୁ ବହୁତ କଷ୍ଟ କରିବାକୁ ପଡିଥାଏ । ଆଜାକାଲିର ପ୍ରେମ ଓ ପ୍ରତାରଣା କେତେ ସହଜ ଆଉ କଷ୍ଟ ତାକୁ ମଧ୍ୟ ଦର୍ଶକ ନାଟକରେ ପାଇପାରିବେ ।
BREAKING NEWS
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର
- ଏସବୁ କଲେଜରେ ନିର୍ବାଚନ ବାତିଲ; ସୁରକ୍ଷା ଦୃଷ୍ଟିକୋଣରୁ…
- Pakistan Split Plan: ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିବାକୁ ଆସିମ୍ ମୁନିରଙ୍କ ଯୋଜନା! ୪ ପ୍ରଦେଶ ଭାଙ୍ଗି ହେବ ୧୫ ରାଜ୍ୟ? ପଞ୍ଜାବ, ସିନ୍ଧ ଉପରେ ନଜର…
- କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧା
- ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଆସନ୍ତା ବର୍ଷଠାରୁ ଲାଗୁ ହୋଇପାରେ ଏମ୍ଡ଼ିଆର୍
- Unwanted Touch: ଛାତ୍ରୀଙ୍କ ହାତ ଧରି ଟାଣିଲେ ବିଧାୟକ! ଭାଇରାଲ ଭିଡିଓରେ କଂଗ୍ରେସ ନେତାଙ୍କ ଏପରି ବ୍ୟବହାର ନେଇ ଉଠିଲା ପ୍ରଶ୍ନ! ମହିଳାଙ୍କ ଅନୁମତି କେତେ ଗୁରୁତ୍ବପୂର୍ଣ୍ଣ?
- Delhi Security: ଅଭେଦ୍ୟ ଦୁର୍ଗ ପାଲଟିବ ଦିଲ୍ଲୀ! CJP ଆନ୍ଦୋଳନ ପୂର୍ବରୁ ୨୩ ହଜାର ଯବାନ ମୁତୟନ, ୧୫୦ ବଡିକ୍ୟାମ୍ରେ ହେବ ନଜରବନ୍ଦୀ!
- Green Card freeze: ହାତରୁ ଚାଲିଯିବ ଆମେରିକା ଚାକିରୀ? ମିଳିବନି ଗ୍ରୀନ୍ କାର୍ଡ! TCS, Infosys, Wipro କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ବଢ଼ିଲା ଚିନ୍ତା

Comments are closed.