Latest Odisha News

BREAKING NEWS

ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ ରୋକ, ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ଆଉ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ । କାଚ ବୋତଲରେ ମିଳିବ ପେଟ୍ରୋଲ । ପେଟ୍ରୋଲିୟମ ନିୟମ ଅନୁଯାୟୀ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହେବ ନାହିଁ । ସମସ୍ତ ଜିଲ୍ଲାପାଳଙ୍କୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଯେଉଁମାନେ ନୀତି ବିରୁଦ୍ଧରେ ଯିବେ, କାର୍ଯ୍ୟାନୁଷ୍ଠାନ ନିଆଯିବ । ରାସ୍ତା ଘାଟରେ ପ୍ଲାଷ୍ଟିକରେ ପେଟ୍ରୋଲ ବିକିଲେ ଆକ୍ସନ ନିଆଯିବ । ବାହାରେ ବିକ୍ରି ରୋକିବା ପାଇଁ ଚଢ଼ାଉ ହେବ । ପେଟ୍ରୋଲ ପମ୍ପ ସଙ୍ଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଅଧିକାରୀଙ୍କ ନିର୍ଦ୍ଦେଶ ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରି କଲେ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ ।

ତେବେ ଗତ ୧୨ ତାରିଖରେ ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ଉଦ୍ୟମ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କିଏ ପୀଡ଼ିତାଙ୍କୁ ପେଟ୍ରୋଲ ନେଇ ଦେଇଥିଲା । ପେଟ୍ରୋଲ ପମ୍ପରୁ କିଏ ଖୋଲାରେ ପେଟ୍ରୋଲ ଦେଲା ତାକୁ ନେଇ ଅନେକ ପ୍ରଶ୍ନ ଲାଗି ରହିଛି । ଏହି ଘଟଣାଗୁଡ଼ିକ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଥିଲା । ତେଣୁ, ଏହାକୁ ରୋକିବା ପାଇଁ ଆସୋସିଏଶନ ଏହି କଡ଼ା ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।

Comments are closed.