Latest Odisha News

BREAKING NEWS

ସବ୍ ଇନ୍ସିପେକ୍ଟର ନିଯୁକ୍ତି:ବୟସସୀମା ହେଲା କୋହଳ…

ଭୁବନେଶ୍ବର: ରାଜ୍ୟରେ ଓଡ଼ିଶା ପୋଲିସ ସବ୍ ଇନ୍ସିପେକ୍ଟର ନିଯୁକ୍ତି ପାଇଁ ବୟସସୀମା ବଢିଲା । ରାଜ୍ୟ ସରକାର ବୟସସୀମା ୩ ବର୍ଷ କୋହଳ କରିଛନ୍ତି । ଏନେଇ ହାଇକୋର୍ଟଙ୍କୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ । ୨୦୧୮ ଠାରୁ ଏସଆଇ ନିଯୁକ୍ତି ବନ୍ଦ ଥିବାରୁ ବୟସ କୋହଳ ପିଟିସନ କରାଯାଇଥିଲା ।

ସୂଚନାନୁସାରେ, ଓଡିଶା ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ୧୭/୦୧/୨୦୨୫ରେ ବିଭିନ୍ନ ବିଭାଗରୁ ୯୩୩ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଏହି ପଦବୀ ମଧ୍ୟରୁ ୬୦୯ ପୋଷ୍ଟ ସବ ଇନିସପେକ୍ଟର , ୨୫୩ ଆର୍ମ ସବ ଇନିସ୍ପେକ୍ଟର ପୋଲିସ , ୪୭ ଫାୟାର ଷ୍ଟେସନ ସବ ଇନିସପେକ୍ଟର ଓ ୨୪ ଟି ପୋଷ୍ଟ ଆସିଷ୍ଟାଣ୍ଟ ଜେଲର ସବ ଇନିସପେକ୍ଟର ପଦବୀ ରହିଥିଲା ।

କିନ୍ତୁ ୨୦୧୮ ବିଜ୍ଞପ୍ତି ଅନୁଯାୟୀ ବୟସ ସୀମା ସମାନ ଥିବାରୁ ଅନେକ ଆଶାୟୀମାନେ ହାଇକୋର୍ଟରେ ଏହି ବିଜ୍ଞପ୍ତିକୁ ନେଇ ବୟସ କୋହଳ କରିବା ପାଇଁ ମାମଲା ରୁଜୁ କରିଥିଲେ ।

ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଚଳିତବର୍ଷ ବିଜ୍ଞପ୍ତି ପାଇଁ ୩ ବର୍ଷ କୋହଳ କରିଛନ୍ତି । ଯାହା ଅନ୍ୟ ବିଜ୍ଞପ୍ତି ପାଇଁ ଲାଗୁ ହେବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ।

 

Comments are closed.