ଭୁବନେଶ୍ବର: ଚଳିତ ବର୍ଷର ସୂର୍ଯ୍ୟପରାଗ ନେଇ ଆସିଲା ସୂଚନା । ଆସନ୍ତା ସେପ୍ଟେମ୍ବର ମାସର ୨୧ ତାରିଖରେ ଲାଗିବାକୁ ଯାଉଛି ସୂର୍ଯ୍ୟପରାଗ । ତେବେ ଏଥର ଆଂଶିକ ସୂର୍ଯ୍ୟପରାଗ ହେବ । ହେଲେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ । ସେପ୍ଟେମ୍ବର ୨୧ ରେ ଭାରତୀୟ ସମୟ ରାତି ୧୧ଟାରେ ପରାଗ ଆରମ୍ଭ ହେବ ।
ଏହି ସୂର୍ଯ୍ୟପରାଗ ଭୋର ୩ଟା ୨୪ ମିନିଟରେ ଶେଷ ହେବ । ଏହି ପରାଗ କେବଳ ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡ ଏବଂ ଆଣ୍ଟର୍କଟିକାରେ ଦୃଶ୍ୟମାନ ହେବ । କାରଣ ଏହି ସବୁ ଦେଶ ଗୁଡିକରେ ସେହି ସମୟରେ ଦିନ ଥିବ ।
ସେହିପରି ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ବର୍ଷର ଦ୍ବିତୀୟ ଚନ୍ଦ୍ର ଗହଣ ପଡିବ । ଗୋଟିଏ ମାସରେ ଉଭୟ ଚନ୍ଦ୍ରଗହଣ ଓ ସୂର୍ଯ୍ୟପରାଗ ଅନୁଭୁତ ହେବ ।
Comments are closed.