Latest Odisha News

BREAKING NEWS

ବନ୍ଧୁଙ୍କ ସହ ଫ୍ରେଣ୍ଡଶିପ ଡେରେ ନୂଆ ଫିଲ୍ମ ସାଇଡ ହୀରୋଜର ଘୋଷଣା କଲେ ଇମତିଆଜ

ମୁମ୍ବାଇ: ଫ୍ରେଣ୍ଡଶିପ ଡେରେ ନିଜର ପ୍ରିୟ ବନ୍ଧୁମାନଙ୍କ ସହ ନିର୍ମାତା ଇମତିଆଜ ଅଲୀ ଓ ମହାବୀର ଜୈନ ନୂଆ ଫିଲ୍ମର ଘୋଷଣା କରାଯାଇଛି । ଏହି ଫିଲ୍ମର ନାମ ସାଇଡ ହୀରୋଜ ରଖାଯାଇଛି । ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଓ ବରୁଣ ଶର୍ମା ଏଥିରେ ଅଭିନୟ କରିବେ । ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ବନ୍ଧୁତ୍ୱ ଉପରେ ପର୍ଯ୍ୟବେଶିଷ । ଇମିତିଆଜଙ୍କ ସହ ଏହି ୩ ହୀରୋଙ୍କ ସମ୍ପର୍କ ସର୍ବଦା ଭଲ ରହିଛି । ସେମାନେ ଭଲ ବନ୍ଧୁ ଭାବେ ପରିଚିତ ।

କମେଡୀରେ ଭରପୂର ଏହି ଫିଲ୍ମ ଦର୍ଶକଙ୍କୁ ବନ୍ଧୁତ୍ୱର ପରିଭାଷା ଏକ ନୂଆ ରୂପରେ ଶିଖାଇବ ବୋଲି ମେକର୍ସଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ସଞ୍ଜୟ ତ୍ରିିପାଠୀ ଏହାର ନିର୍ଦ୍ଦେଶନା ଦେବେ । କାହାଣୀ ସିଦ୍ଧାର୍ଥ ସେନ ଓ ପଙ୍କଜ ଭଟ୍ଟା ଲେଖିଛନ୍ତି । ଇମତିଆଜ ଅଲୀ, ମହାବୀର ଜୈନ, ମୃଗଦୀପ ସିଂ ଲାମ୍ବା ଓ ରିୟାନ ଶାହ ପ୍ରଯୋଜକ ରହିଛନ୍ତି । ୨୦୨୬ ଫ୍ରେଣ୍ଡଶିପ ଡେରେ ଏହାକୁ ରିଲିଜ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଖୁବ ଶୀଘ୍ର ଫିଲ୍ମ ଫ୍ଲୋରକୁ ଯିବ ବୋଲି ଆଶା କରାଯାଉଛି । ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଏହା ପ୍ରାୟ ଚୂଡାନ୍ତ ହୋଇଛି ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

Comments are closed.