Latest Odisha News

BREAKING NEWS

ଆଜିଠାରୁ ମହଙ୍ଗା ହେଲା ରେଳଯାତ୍ରା, ଜାଣନ୍ତୁ କେଉଁ ଶ୍ରେଣୀ ପାଇଁ କେତେ ରହିଛି ବର୍ଦ୍ଧିତ ଦର

ନୂଆଦିଲ୍ଲୀ: ବଢ଼ିଲା ଟ୍ରେନ ଟିକେଟ ଦର ଜାନୁଆରୀ ୧ ତାରିଖ ନୂଆବର୍ଷରୁ ମହଙ୍ଗା ହୋଇଛି ରେଳଯାତ୍ରା ।

ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆଗ ଅପେକ୍ଷା ଦେବାକୁ ପଡିବ ଅଧିକ ଟଙ୍କା । ରେଳବାଇର ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି।

ଜାଣନ୍ତୁ କେଉଁ ଯାତ୍ରା ପାଇଁ ଏଣିକି ଆପଣଙ୍କୁ କେତେ ଟଙ୍କା ଅଧିକ ଦେବାକୁ ହେବ…

ସାଧାରଣ ଅଣଶୀତତାପ ନିୟନ୍ତ୍ରିତ ଯାତ୍ରା ପାଇଁ କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି ।

ମେଲ୍ କିମ୍ବା ଏକ୍ସପ୍ରେସ ନନ୍-ଏସି ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି ।

ଶୀତତାପ ନିୟନ୍ତ୍ରିତ ଯାତ୍ରା ପାଇଁ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଛି ।

ଦୂରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ବଡ ପ୍ରଭାବ ପଡିବାନେଇ କୁହାଯାଇଛି ।

Leave A Reply

Your email address will not be published.