Latest Odisha News

ନୂଆବର୍ଷରୁ ଜମ୍ମୁ କାଶ୍ମୀରରେ ସ୍ୱାଭାବିକ ହେଲା ଏସଏମଏସ୍ ସେବା

ନୂଆଦିଲ୍ଲୀ: ନୂଆବର୍ଷର ଆଗମନକୁ ନେଇ ଛୁଆରୁ ବଡ ଯାଏଁ ସମସ୍ତେ ଉତ୍ସାହିତ ଥିବା ବେଳେ ଆଜିଠାରୁ ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହୋଇଛି ମୋବାଇଲ୍ ଏସଏମଏସ୍ ସେବା ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଥିବା ସ୍କୁଲ୍, କଲେଜ ଓ ହସ୍ପିଟାଲ ଗୁଡିକରେ ମଧ୍ୟ ଇଣ୍ଟରନେଟ୍ ସେବା ପୁଣିଥରେ ଆରମ୍ଭ ହୋଇଯାଇଛି ।ନିକଟ ଅତୀତରେ ଜମ୍ମୁ କାଶ୍ମୀରରୁ ପୋଷ୍ଟପେଡ ମୋବାଇଲ୍ ସେବାକୁ ସ୍ୱାଭାବିକ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ସୂଚନାଯୋଗ୍ୟ, କାଶ୍ମୀରରେ ଗତ ଅଗଷ୍ଟମାସଠାରୁ ଇଣ୍ଟରନେଟ ସେବା, ଲ୍ୟାଣ୍ଡ ଲାଇନ ଫୋନ, ମୋବାଇଲ୍ ସେବା ତଥା ସର୍ବସାଧାରଣରେ ବୁଲାବୁଲି କରିବା ଉପରେ କଟକଣା ଜାରି କରାଯାଇଥିଲା । ଏହା ଅନ୍ତର୍ଜାତୀୟସ୍ତରରେ ଭୃକୁଞ୍ଚନ ସୃଷ୍ଟି କରିବା ସହିତ ବିଭିନ୍ନ ଗଣମାଧ୍ୟମରେ ଏହି କଟକଣାକୁ ସମାଲୋଚନା କରାଯାଉଥିଲା । ମାତ୍ର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର କହିବାନୁଯାୟୀ, ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ କାର‌୍ୟ୍ୟକଳାପକୁ ରୋକିବା ଲାଗି ଇଣ୍ଟରନେଟ ସେବା ତଥା ବିଭିନ୍ନ ସେବା ଉପରେ କିଛିଦିନ ଲାଗି କଟକଣା ଜାରି କରାଯାଇଥିଲା ।

Leave A Reply

Your email address will not be published.