Latest Odisha News

BREAKING NEWS

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଛନ୍ତି କି; ଯାଆନ୍ତୁ ଓଡିଶାର ଏହିସବୁ ସ୍ଥାନ…

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ତପ୍ତପାଣି: ଓଡିଶାର ଗଞ୍ଜାମ ଜିଲ୍ଲାରେ ରହିଥିବା ତପ୍ତପାଣି ଉଭୟ ଭ୍ରମଣ ଓ ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ନିଆରି ଅନୁଭୂତି ଦେଇଥାଏ । ଖାସକରି ଏଠାରେ ଶୀତଦିନେ ପର୍ଯ୍ୟଟକମାନେ ଗରମ ପାଣିରେ ଗାଧୋଇବାର ମଜା ଉଠାଇଥାନ୍ତି ।

 

ଖଣ୍ଡାଧାର- କେନ୍ଦୁଝର ଜିଲ୍ଲା ମଝିରେ ଅଧା ଅଧା ହୋଇ ରହିଛି। କେନ୍ଦୁଝର ପଟେ ଥିବା ଖଣ୍ଡାଧାର ଜଳପ୍ରପାତର ଅପରପାର୍ଶ୍ୱରେ ତଥା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ନନ୍ଦାପାଣି ଅଞ୍ଚଳରେ ଆଉ ଏକ ଜଳପ୍ରପାତ ରହିଛି। ଯାହାର ନାମ ମଧ୍ୟ ଖଣ୍ଡାଧାର। ରାଉକେଲାଠାରୁ ଏହା ୧୦୪ କିମି ଏବଂ କେନ୍ଦୁଝରଠାରୁ ପ୍ରାୟତଃ ୧୦୦ କିମି ଦୂରରେ ରହିଛି ଏହି ଜଳପ୍ରପାତ।
ଶୀତଋତୁ ଆସିଲେ ଏହି ସ୍ଥାନରେ ପର‌୍ୟ୍ୟଟକଙ୍କ ଭିଡ଼ ଲାଗେ। ଜଳପ୍ରପାତ ସ୍ଥାନକୁ ଯାଇଥିବା ରାସ୍ତାର ଉଭୟ କଡ଼ରେ ଥିବା ଜଙ୍ଗଲ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ।

ଏହା ସହ ଝରଣାରେ ଗାଧେଇବାର ମଜା ନିଅନ୍ତି ପର‌୍ୟ୍ୟଟକମାନେ। ବାଂସପାଳ ବ୍ଲକ କାଦକଳା ଅଞ୍ଚଳରେ ରହିଥିବା ଏହି ଜଳପ୍ରପାତଟି ବେଶ୍ ଆକର୍ଷଣୀୟ। ବିଶେଷକରି ପ୍ରାକୃତିକ ଶୋଭା ରାଜି ଭିତରେ ପକ୍ଷୀଙ୍କ କଳରବ ଏବଂ କୁଳୁକୁଳୁ ଝରଣା ବେଶ୍ ରୋମାଞ୍ଚିତ। ମୁଖ୍ୟତଃ ୫୦୦ ଫୁଟ୍ ଉଚ୍ଚ ପାହାଡ଼ ଶୀର୍ଷରୁ ଜଳ ଧାର ଭଳି ତଳକୁ ଖସୁଥିବାରୁ ଏହାର ନାମ ଖଣ୍ଡାଧାର ରଖାଯାଇଛି। ଏହା ନିକଟରେ ଏକ ଶିବ ମନ୍ଦିର ମଧ୍ୟ ରହିଛି। ବଣଭୋଜି ପାଇଁ ଏଠାରେ ଛୋଟବଡ଼ ଅନେକ ପିଣ୍ଡି ମଧ୍ୟ ରହିଛି।

କୋଇଲି ଘୋଘର- ଓଡିଶାର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ କୋଇଲି ଘୋଘର ଅନ୍ୟତମ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଧିନରେ ରହିଛି ଏହି ସ୍ଥାନ । ଏହାର ଘଞ୍ଚ ଅରଣ୍ୟ, ସବୁଜ ବୃକ୍ଷଲତା ତଥା ପାହାଡର ମନୋରମ ଦୃଶ୍ୟ ବିମୋହିତ କରିଥାଏ ପ୍ରକୃତି ପ୍ରେମୀମାନଙ୍କୁ । ଏହି ସ୍ଥାନର ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି ପାହାଡ ମଧ୍ୟରୁ ଝରି ଆସୁଥିବା ନଦୀର କୁଳୁକୁଳୁ ନାଦ ସହିତ ପ୍ରଭୁ ମହେଶ୍ୱର ।

ଏହା ନିକଟରେ ରହିଥିବା ଜଙ୍ଗଲ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଝାରସୁଗୁଡା ସହର ଠାରୁ ପାଖାପାଖି ୫୭ କିମି. ଦୂରରେ ରହିଛି ଏହି କୋଇଲି ଘୋଘର ଜଳପ୍ରପାତ ।

Leave A Reply

Your email address will not be published.