Latest Odisha News

BREAKING NEWS

ଖାଉଟିଙ୍କ ଲାଗି ମହଙ୍ଗା ମାଡ; ନୂଆବର୍ଷରୁ ବଢିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର !

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୃଦ୍ଧି ପାଇଥିବା ନେଇ ଜଣାପଡିଛି ।

ରୋଷେଇ ଘରେ ବ୍ୟବହୃତ ହେଉଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡର ଉପରେ କମ୍ପାନୀ ମାଲିକମାନେ ୧୯ ଟଙ୍କା ବୃଦ୍ଧି କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନୂଆଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ପିଛା ୭୧୪ ଟଙ୍କା ରହିଥିବା ବେଳେ ଏହି ବର୍ଦ୍ଧିତ ଦର ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି । ପୂର୍ବରୁ ଉପଭୋକ୍ତାମାନେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଅଣ-ସବସିଡିରେ ୬୯୫ ଟଙ୍କା ଦେଉଥିବା ବେଳେ ଆଜିଠାରୁ ଏହି ବର୍ଦ୍ଧିତ ଦରରେ କିଣିବେ ବୋଲି ସୁତ୍ରରୁ ପ୍ରକାଶ ।

ସେହିପରି ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର (୧୯ କିଗ୍ରା)ର ମୂଲ୍ୟରେ ୨୯ ଟ. ୫୦ପ. ବୃଦ୍ଧି ପାଇ ଏହାର ଦର ଏବେ୧୨୪୧ ଟଙ୍କାରେ ପହଞ୍ଚିଛି ।

Leave A Reply

Your email address will not be published.