Latest Odisha News

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପ୍ରଥମ ଦିନ; ନଗର ପରିକ୍ରମା କଲେ ରାଜା ଉଗ୍ରସେନ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ପ୍ରଥମ ଦିନ । ଏହି ଅବସରରେ ରାଜା ଉଗ୍ରସେନ ହାତୀ ଉପରେ ବସି ନଗର ପରିକ୍ରମା କରିଛନ୍ତି ।

ଏଥିସହିତ ପ୍ରଥମ ଦିନରେ ଦେବକୀ ଓ ବସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିବଲା । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଥିଲା । ଏହି ବିବାହ ସମ୍ପନ୍ନ ହେବାପରେ ଯେତେବେଳେ ଯୁବରାଜ କଂସ ଜାଣିଲେ ଯେ ଉଭଣୀ ଦେବକୀଙ୍କ ଅଷ୍ଟମ ସନ୍ତାନ ତାଙ୍କ ମୃତ୍ୟୁର କାରଣ ହେବ । ସେତେବେଳେ ସେ ବିଚଳିତ ହେବା ସହ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ସହ ଦେବକୀ ଓ ବସୁଦେବଙ୍କୁ କାରାଗାରକୁ ପଠାଇବାକୁ ଚାହିଁଥିଲେ ।

ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରିତ ହୋଇଛି ।

ଏଥିସହିତ ଜୀରାନଦୀ ଯମୁନାନଦୀ ଭାବେ ଏକପ୍ରକାର ଚଳଚଞ୍ଚଳ ହୋଇଉଠିଛି ।

ଅପରପକ୍ଷରେ ପ୍ରବଳ ଶୀତର ପ୍ରକୋପ ସତ୍ୱେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ତଥା ପର୍ଯ୍ୟଟକମାନଙ୍କର ପ୍ରବଳ ଜନ ସମାବେଶ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.