Latest Odisha News

BREAKING NEWS

ଜାଫର ଏକ୍ସପ୍ରେସରେ ଆଇଇଡି ବିସ୍ଫୋରଣ, ୫ ଆହତ

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲ୍ଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ରବିବାର ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା।

ତେବେ ହଠାତ୍ ବିସ୍ଫୋରଣ ଯୋଗୁଁ ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଥିଲା। ପାକିସ୍ତାନ ରେଳବାଇ ଅଧିକାରୀଙ୍କ ଅନୁଯାୟୀ, ବିସ୍ଫୋରଣରେ ଅତି କମରେ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେହିପରି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସମସ୍ତ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଦିଆଯାଇଛି। ଦୁର୍ଘଟଣା ପରେ ରେଳ ଟ୍ରାକରେ ଯାତୟାତ ବନ୍ଦ କରାଯାଇଥିଲା ବେଳେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି।

ବେଲୁଚିସ୍ତାନରେ ଦୀର୍ଘ ସମୟ ଧରି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଆସୁଛି, ଯେଉଁଥିରେ ପ୍ରାୟତଃ ରେଳବାଇ ଏବଂ ରାସ୍ତାକୁ ଟାର୍ଗେଟ କରାଯାଇଥାଏ। ପ୍ରାରମ୍ଭିକ ତଦନ୍ତରେ ଏହାକୁ ଏକ ଆତଙ୍କବାଦୀ ଘଟଣା ଭାବରେ ବିବେଚନା କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହାର ଦାୟିତ୍ୱ ନେଇନାହାନ୍ତି।

 

Comments are closed.