ଢେଙ୍କାନାଳ: ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା । ମା’ଙ୍କୁ ମୋବାଇଲ ଫୋନ୍ରେ ମେସେଜ ପଠାଇଲେ। ପରେ ଫୋନ୍ରେ ମା’ଙ୍କ ସହିତ କଥା ହେଉଥିବା ସମୟରେ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ଯବାନ । ମୃତ ଯବାନ ଜଣକ ହେଲେ ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସୁରେଶ ବିଶ୍ୱାଳ।
ସେ ଛୁଟିରେ ଘରକୁ ଆସି ଗତ ୩ ତାରିଖରେ କାର୍ଯ୍ୟସ୍ଥଳକୁ ଫେରିଥିଲେ ।
ଗତକାଲି ସନ୍ଧ୍ୟା ସମୟରେ ଡିୟୁଟିରେ ଥିବାବେଳେ ସେ ନିଜ ବନ୍ଧୁକରୁ ଗୁଳି ମାରି ଜୀବନ ହାରିଛନ୍ତି। ସବୁଠାରୁ ବଡ଼କଥା ହେଉଛି ସୁରେଶ ନିଜ ଆତ୍ମହତ୍ୟାର କାରଣ ବିଷୟରେ ତାଙ୍କ ମା’ଙ୍କ ଫୋନକୁ ମେସେଜ ପଠାଇଛନ୍ତି । ଯେଉଁଥିରେ ସେ ତାଙ୍କ ଆତ୍ମହତ୍ୟା ପାଇଁ ସ୍ତ୍ରୀ, ସାନଭାଇ ଓ ନିଜ ଶ୍ୱଶୁର ଘରକୁ ଦାୟୀ କରିଛନ୍ତି ।
ପୁଅଙ୍କ ମୃତ୍ୟୁକୁ ନେଇ ସୁରେଶଙ୍କ ମା’କାଦମ୍ବିନୀ ବିଶ୍ୱାଳ ଗଣମାଧ୍ୟମରେ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବଡ଼ ବୋହୂ ଓ ବଡ଼ପୁଅ ମଧ୍ୟରେ ସମ୍ପର୍କ ଠିକ ନରହିବାକୁ ନେଇ ସୁରେଶ ଆତ୍ମହତ୍ୟା କରିଛନ୍ତି ।
Comments are closed.