Latest Odisha News

BREAKING NEWS

ଥାନା ପରିସରରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ, ଏତଲା ଦେବାକୁ ଯାଇ ଖାଇଲେ ନିର୍ଧୁମ୍ ମାଡ଼

ଜଗତସିଂହପୁର: ବନ୍ଦର ମେରାଇନ୍ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ। ଏତଲା ଦେବାକୁ ଯାଇଥିବା ଯୁବକଙ୍କୁ ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗାଳି ଗୁଳଜ ସହିତ ବିଧା, ଗୋଇଠା, ଧକ୍କା ମାରିବା ଅଭିଯୋଗ ହୋଇଛି।

ଅଭିଯୋଗ କଲେ ମାଡ଼ ଖାଇଥିବା ବ୍ୟକ୍ତିଙ୍କ ଝିଆରୀ। ମାଡ଼ ମାରିବା ସହ ପରିସ୍ରା ପିଆଇବାକୁ ଧମକ ଦେଇଥିଲେ ଥାନାଧିକାରୀ। ଏନେଇ ଏଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି ପୀଡ଼ିତ ଯୁବକ। ନିଶାସକ୍ତ ଅବସ୍ଥାରେ ଥାନା ଅଧିକାରୀ ଏଭଳି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲେ ଜଗତସିଂହପୁର ଏସ୍‌ପି।

 

 

Comments are closed.