Latest Odisha News

ଆମେରିକାର ଦକ୍ଷିଣ ଭର୍ଜିନିଆରେ ଗୁଳିକାଣ୍ଡ; ଅନେକ ଅଧିକାରୀ ଆହତ

ଓ୍ବାଶିଂଟନ୍: ଆମେରିକାରେ ପୁଣିଥରେ ଗୁଳିକାଣ୍ଡର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏହି ଗୁଳିକାଣ୍ଡ ଘଟଣା ଆମେରିକାର ଦକ୍ଷିଣ ଭର୍ଜିନିଆରେ ଘଟିଛି । ଏଥିରେ ଅନେକ ଆଇନ ପ୍ରବର୍ତ୍ତନ ଅଧିକାରୀ ଆହତ ହୋଇଛନ୍ତି । ଏନେଇ ଜଣେ ଆମେରିକୀୟ ସାଂସଦ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

ଆମେରିକାର ପ୍ରତିନିଧି ସଭାର ସଦସ୍ୟ ଜନ୍ ମ୍ୟାକଗାୟର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, “ଆମେ ପରିସ୍ଥିତି ଉପରେ ନଜର ରଖୁଛୁ ଏବଂ ଏହି କଷ୍ଟକର ସମୟରେ ପ୍ରଭାବିତ ସମସ୍ତ ଲୋକଙ୍କ ପ୍ରତି ଆମର ସମବେଦନା ଓ ପ୍ରାର୍ଥନା ଜଣାଉଛୁ।”

ସାମ୍ନାକୁ ଆସିଥିବା ଘଟଣାସ୍ଥଳର ଫଟୋଗୁଡ଼ିକରେ ବହୁ ସଂଖ୍ୟକ ପୋଲିସ ଏବଂ ଆମ୍ବୁଲାନ୍ସ ଗୁଡିକ ଠିଆ ହୋଇଥିବାର ଦେଖାଯାଉଛି । ମ୍ୟାକଗାୟର୍ ଲେଖିଛନ୍ତି, ” ତେବେ ପିଟସିଲଲଭାନିଆ କାଉଣ୍ଟି ଉତ୍ତର କାରୋଲିନା ସହିତ ରାଜ୍ୟର ଦକ୍ଷିଣ ସୀମାରେ ଅବସ୍ଥିତ ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ଆରମ୍ଭରେ ତଥା ୧୨ ଅଗଷ୍ଟରେ ଆମେରିକାର ଟେକ୍ସାସ ରାଜ୍ୟର ରାଜଧାନୀ ଅଷ୍ଟିନରେ ଗୁଳିକାଣ୍ଡ ହୋଇଥିଲା । ଏଠାରେ ଜଣେ ବନ୍ଧୁକଧାରୀ ‘ଟାର୍ଗେଟ୍’ କମ୍ପାନୀର ଏକ ଷ୍ଟୋରର ପାର୍କିଂ ଅଞ୍ଚଳରେ ଗୁଳି ଚଳାଇ ୨ ଜଣ ବୟସ୍କ ଏବଂ ଜଣେ ଶିଶୁଙ୍କୁ ହତ୍ୟା କରିଥିଲେ । ଅଧିକାରୀମାନେ କହିଥିଲେ ଯେ ଘଟଣା ଘଟାଇବା ପରେ ଅଭିଯୁକ୍ତ ଏକ ଚୋରି କାରରେ ପଳାଇ ଯାଇଥିଲା କିନ୍ତୁ ପୋଲିସ ତାକୁ ପରେ ଧରିଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗନ୍ କଲଚର ଯୋଗୁଁ ଗତ ୫୦ ବର୍ଷ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଆମେରିକୀୟ ପ୍ରାଣ ହରାଇଛନ୍ତି । ଆମେରିକାର ଜନସଂଖ୍ୟା ପ୍ରାୟ ୩୩ କୋଟି କିନ୍ତୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୪୦ କୋଟିରୁ ଅଧିକ । ଆମେରିକାର ନିୟମ ଅନୁଯାୟୀ, ରାଇଫଲ୍ କିମ୍ବା ଛୋଟ ବନ୍ଧୁକ କିଣିବା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ଏହା ୨୧ ବର୍ଷ । ଆମେରିକାରେ ଗୁଳିକାଣ୍ଡ ଘଟଣା ସାଧାରଣ ଅଟେ ।

Comments are closed.