Latest Odisha News

BREAKING NEWS

ଦୟାନଦୀରେ ବୁଡ଼ିଗଲେ ଅଷ୍ଟମ ଶ୍ରେଣୀର ୨ ଛାତ୍ର; ଜଣଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି ।ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧାଉଥିବା ବେଳେ ବୁଡ଼ି ଯାଇଥିଲେ ଦୁଇ ଛାତ୍ର । ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସୂଚନାଥାଉକି, ୨ ଜଣ ଛାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ମୃତ ଛାତ୍ର ସୁନ୍ଦରପଦାର ଅଭୟ କୁମାର ସ୍ବାଇଁ । ନିଖୋଜ ଛାତ୍ର ବିଜେବି ନଗରର ଶୁଭମ ପ୍ରଧାନ ।

ଖବରମୁତାବକ, ୪ ଜଣ ଛାତ୍ର ସାଙ୍ଗ ହୋଇ ଦୟାନଦୀ ନୂଆଗାଁ ଉପରସାହି ଘାଟକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ର ନଦୀ ଭିତରକୁ ଯାଇଥିଲେ । ପାଣିର ପ୍ରଖର ସ୍ରୋତରେ ଛାତ୍ର ୩ ଜଣ ଭାସି ଯାଉଥିବାବେଳେ ଜଣେ ଛାତ୍ର ପହଁରି ପହଁରି କୂଳକୁ ପଳାଇ ଆସିଥିଲେ । ଅନ୍ୟ ୨ ଜଣ ଭାସି ଯାଇଥିଲେ ।

 

Comments are closed.