Latest Odisha News

BREAKING NEWS

ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ: ସମ୍ପୂର୍ଣ୍ଣ ସହର ହାଇଆଲର୍ଟ, ସତର୍କ ରହିବାକୁ ପରାମର୍ଶ

ମୁମ୍ବାଇ: ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ। ରାସ୍ତା ଉପରେ ପାଣି ପ୍ରବାହିତ। ଗମନାଗମନ ପ୍ରଭାବିତ। ଲଗାଣ ବର୍ଷାକୁ ନେଇ ହାଇଆଲର୍ଟରେ ମୁମ୍ବାଇ। ସତର୍କ ରହିବାକୁ ପରାମର୍ଶ। ତଳିଆ ଅଞ୍ଚଳରେ ପଶିଲା ପାଣି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସବୁ ସରକାରୀ, ବେସରକାରୀ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ। ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଆଡଭାଇଜରି ଜରି ହୋଇଛି।

ପ୍ରବଳ ବର୍ଷା ଫଳରେ ଦେଶର ଆର୍ଥିକ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । IMD ପକ୍ଷରୁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ, ପାଇଁ ରେଡ୍ ଆଲର୍ଟ ଜାରି କରିଛି। ପ୍ରବଳ ବର୍ଷା ଯୋଗୁଁୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେରେ ଜାମ୍ ଲାଗି ରହିଛି। ସବୁ ଟ୍ରେନ ବିଳମ୍ବରେ ଚାଲିଛି। ଫଳରେ ଗମନାଗମନ ପ୍ରଭାବିତ ହୋଇଛି।

ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆପତ୍ତକାଳୀନ ସେବାଗୁଡିକୁ ସତର୍କ ରହିବା ପାଇଁ କୁହାଯାଇଛି। ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ଆଡଭାଇଜରି ଜାରି କରାଯାଇଛି। ଏ ସମ୍ପର୍କରେ ବୃହତନଗର ମ୍ୟୁନିସିପାଲ କର୍ପୋରେସନର ଲୋକସମ୍ପର୍କ ଅଧିକାରୀ (ପିଆରଓ) ସୂଚନା ଦେଇଛନ୍ତି। ସହରର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ପାଣି ଜମି ରହିବା ଯୋଗୁଁ ଅନ୍ଧେରୀ ସବୱେ ବନ୍ଦ ହୋଇଯାଇଛି ।

Comments are closed.