କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୮ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ । ଏହି ମାମଲାରେ ଆଜି କେସ୍ ଡାଏରୀ ଦାଖଲ ପାଇଁ ସମୟ ନେଲା କ୍ରାଇମ୍ବ୍ରାଞ୍ଚ । କଟକ ଏଡିଜେ କୋର୍ଟଙ୍କ ଶୁଣାଣି ବେଳେ ସମୟ ନେଲା କ୍ରାଇମବ୍ରାଞ୍ଚ ।
ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାଯୋଗ୍ୟ, ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ ହୋଇଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛି ଶିକ୍ଷା ବିଭାଗ । ସେ ପୂର୍ବରୁ କଳାହାଣ୍ଡି ଓ ରାଜ୍ୟ ଏକ୍ସ କ୍ୟାଡ଼ର ସଂଘର ସମ୍ପାଦକ ମଧ୍ୟ ରହିଥିଲେ । ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତିଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି ।
Comments are closed.