Latest Odisha News

BREAKING NEWS

ଜନ୍ମାଷ୍ଟମୀ ଶୋଭାଯାତ୍ରା ବେଳେ ଅଘଟଣ; ବିଦ୍ୟୁତ୍ ଆଘାତରେ ୫ ମୃତ

ହାଇଦ୍ରାବାଦ: ରାମନ୍ଥପୁରରେ ଜନ୍ମାଷ୍ଟମୀ ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ୍ ତାରରେ ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ୍ ଆଘାତରେ ୫ ଜଣଙ୍କର ଚାଲିଗଲା ଜୀବନ । ଏଥିସହ ୪ ଜଣ ଗୁରୁତର ହୋଇଛନ୍ତି।

ରବିବାର ରାତି ପ୍ରାୟ ୧୨ଟା ସମୟରେ ରାମନ୍ଥପୁରର ଗୋପାଳନଗର ଅଞ୍ଚଳରେ ଏହି ଘଟଣା ଘଟିଛି।

ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ କିଶନ ରେଡ୍ଡୀଙ୍କ ସୁରକ୍ଷା କର୍ମୀ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ଗୋପାଳନଗରର ଯାଦବ ଫଙ୍କସନ୍ ହଲ୍ ନିକଟରେ ଏହି ଘଟଣା ଘଟିଥିଲା । ରଥ ଉପର ଦେଇ ଯାଉଥିବା ଏକ ହାଇଟେନସନ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ଏହି ଶୋଭା ଯାତ୍ରା ପ୍ରତିବର୍ଷ ହୋଇଥାଏ। ଏହି ବର୍ଷ ମଧ୍ୟ ଯାତ୍ରା ଶେଷ ପର୍ଯ୍ୟାୟରେ ଥିଲା ଏବଂ ସଙ୍ଗମ ଆଡକୁ ଗତି କରୁଥିଲା ରଥ। ସେତେବେଳେ ବିଦ୍ୟୁତ୍ ତାରଗୁରଥ ସଂସ୍ପର୍ଶରେ ଆସିଗଲା। ଲୋକମାନେ ତୁରନ୍ତ CPR ଦେବା ଆରମ୍ଭ କଲେ ଏବଂ ଆମ୍ବୁଲାନ୍ସକୁ ଡକାଗଲା। ସ୍ଥାନୀୟ ଗାଡ଼ି ଏବଂ ପୋଲିସ ସହାୟତାରେ ଅନେକ ଲୋକଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସ୍ଥାନୀୟ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କୁ ଗାନ୍ଧୀ ଡାକ୍ତରଖାନାକୁ ନିଆଯାଉଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.