Latest Odisha News

ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ତିରୁଚି ଶିବ!

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ବିରୋଧୀ ଦଳ ଖୁବ୍ ଶୀଘ୍ର ନିଜର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି। ତେବେ ଡିଏମକେ ରାଜ୍ୟସଭା ସାଂସଦ ତିରୁଚି ଶିବ ବିରୋଧୀ ଦଳର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ଘରେ ବିରୋଧୀ ଦଳଗୁଡ଼ିକ ସେମାନଙ୍କର ପ୍ରାର୍ଥୀ ନେଇ ବୈଠକ କରିବା ପରେ ହିଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯିବ।

ଗତକାଲି ସନ୍ଧ୍ୟାରେ କେନ୍ଦ୍ରରେ ଶାସକ ଦଳ ଦ୍ୱାରା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ନାମ ଘୋଷଣା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ସ୍ୱାସ୍ଥ୍ୟଗତ କାରଣରୁ ଜଗଦୀପ ଧନଖଡ ହଠାତ୍ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି।

 

Comments are closed.