Latest Odisha News

BREAKING NEWS

ରୋହିତ, ବିରାଟଙ୍କ ନାମ ନ ଥିବା ନେଇ ସ୍ପଷ୍ଟୀକରଣ ରଖିଲା ଆଇସିସି

ନୂଆଦିଲ୍ଲୀ: ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଏଥିରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାମ ନ ଥିବା ନେଇ ପ୍ରଶଂସକମାନେ ଚକିତ ହୋଇ ପଡିଥିଲେ । ଏ ନେଇ ବିବାଦ ବଢ଼ିବାରୁ ଆଇସିସି ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହୋଇଥିଲା । କିଛି ସମୟ ପାଇଁ ଏହି ଦୁଇ ମହାନ ଖେଳାଳିଙ୍କ ନାମ ନ ରହିବା ବୈଷୟିକ ତ୍ରୁଟି ଥିଲା । ଅଳ୍ପ ସମୟ ମଧ୍ୟରେ ଏହାକୁ ସୁଧାର କରାଯାଇଛି । ଗତ ସପ୍ତାହରେ ଉଭୟ ପ୍ରଥମ ୫ଜଣଙ୍କ ମଧ୍ୟରେ ରହିଥିଲେ ।

ରୋହିତ ଏବେ ୭୮୪ ରେଟିଂ ପଂଏଟ ସହ ଦ୍ୱିତୀୟ ଏବଂ କୋହଲି ୭୩୬ ଅଙ୍କ ସହ ୪ର୍ଥ ସ୍ଥାନରେ ରହିଛନ୍ତି । ଶୁଭମନ ଗିଲ ଶୀର୍ଷ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜା ବୋଲରଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଭାରତର କୂଲଦୀପ ଯାଦବ ଓ ଶ୍ରୀଲଙ୍କାର ମହେଶ ତୀକ୍ଷଣାଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୨୦୨୩ରେ କେଶବ ପ୍ରଥମ ସ୍ଥାନରେ ରହିଥିଲେ । କୂଲଦୀପଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ବୋଲରଙ୍କ ମଧ୍ୟରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି ।

Comments are closed.