Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମଧୁପାଟଣା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି।

ଅଭିଯୁକ୍ତ ଜଣକ ହେଉଛନ୍ତି ମଣିମଠ ସାହିର କ୍ଷୀରୋଦ ସାହୁ। ଗତକାଲି ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି। ଯାହାପରେ ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ସୂଚନା ମୁତାବକ ଅଭିଯୁକ୍ତ କ୍ଷୀରୋଦ ଓ ମଧୁ ପାଟଣା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ପରିଚୟରୁ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ ୧୪ ତାରିଖରେ ନାବାଳିକା ଜଣକ ଦରଖାପାଟଣାକୁ ଏକ କାମରେ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଳାଖୋଳି କରି ନପାଇବାରୁ ଥାନାରେ ଏତଲା ଦେଇଥିଲେ।

ପୋଲିସ ତଦନ୍ତ କରି ଅଭିଯୁକ୍ତ ଯୁବକ ଓ ଅପ‌ହୃତା ନାବାଳିକା ରହିଥିବା ଠିକଣା ଜାଣିବାକୁ ପାଇଥିଲେ। ପୋଲିସର ଏକ ଟିମ୍ ପୁରୀ ଅଠରନଳା ପାଖରେ ଚଢ଼ଉ କରି ଅଭିଯୁକ୍ତକୁ ଧରିବା ସହିତ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଅପରପକ୍ଷରେ ଅଭିଯୁକ୍ତ କ୍ଷୀରୋଦ ତାଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିଥିବା ନେଇ ପୀଡିତା ମଧ୍ୟ ବୟାନ ଦେଇଥିଲେ।

 

Comments are closed.