Latest Odisha News

BREAKING NEWS

ଟିମ ଇଣ୍ଡିଆକୁ ଆବଶ୍ୟକ ଆଉ ୭ ଚୟନ କମିଟି ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଟିମ ଇଣ୍ଡିଆ ପାଇଁ ଆଉ ୭ଟି ଚୟନ କମିଟି ସଦସ୍ୟ ଆବଶ୍ୟକ ହେଉଛି । ସିନିୟର ପୁରୁଷ ଟିମର ୨ଟି, ମହିଳା ପ୍ୟାନେଲ ପାଇଁ ୪ ଓ ଜଣେ ଜୁନିୟର ଚୟନ କମିଟି ପଦ ଖାଲି ରହିଛି । ଆବେଦନକାରୀ ଅତି କମରେ ୭ଟି ଟେଷ୍ଟ କିମ୍ବା ୩୦ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ଜରୁରୀ । ଏହା ବ୍ୟତୀତ ୧୦ ଏକ ଦିବସୀୟ ଆନ୍ତର୍ଜାତୀୟ ମ୍ୟାଚ ଓ ୨୦ ପ୍ରଥମ ଶ୍ରେଣୀ ଖେଳିଥିବା ପ୍ରାର୍ଥୀଙ୍କ କଥା ମଧ୍ୟ ବିଚାରକୁ ନିଆଯିବ । ଚୟନ କମିଟି ସଦସ୍ୟରୁ କିଏ ବାଦ ପଡିବେ ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇ ନାହିଁ ।

ମହିଳା ଟିମ ପାଇଁ ଖେଳାଳିଜଣଙ୍କ ଅତି କମରେ ୫ ବର୍ଷ ତଳୁ ଅବସର ଘୋଷଣା କରିଥିଲେ । ସେହିପରି ଜୁନିୟର ଟିମ ପାଇଁ ଅତି କମରେ ୨୫ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ସହ ୫ ବର୍ଷ ତଳୁ ଅବସର ନେଇଥିବା ମଧ୍ୟ ଜରୁରୀ । ବର୍ତମାନ ସିନିୟର ପୁରୁଷ ଟିମରେ ଏବେ ଚୟନ କମିଟି ମୂଖ୍ୟ ଦାୟିତ୍ୱ ଅଜିତ ଅଗରକରଙ୍କ ପାଖରେ ରହିଛି । ତାଙ୍କ ସହ ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ଅଜୟ ରାତ୍ରା ଓ ଶରଥ ରହିଛନ୍ତି । ଏଥିରୁ ୨ଟି ପଦବୀ ଖାଲି ପଡିବ ।

Comments are closed.