Latest Odisha News

BREAKING NEWS

Marijuana Seized: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ୪ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ଜବତ କଲା ଡିଆରଆଇ । ବ୍ୟାଙ୍କକରୁ ଭୁବନେଶ୍ୱର ଆଣିବା ବେଳେ ଧରିଲା କଷ୍ଟମ୍ ବିଭାଗ । ମାମଲାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ ।  ଏହି ୨ ଜଣ ବ୍ୟାଙ୍କକରୁ ଭୁବନେଶ୍ୱର ଆଣୁଥିଲେ ମାରିଜୁଆନା ।

ଏହି ନିଶାଦ୍ରବ୍ୟ ବ୍ୟାଙ୍କକ୍‌ର କେଉଁ ସ୍ଥାନରୁ ଭୁବନେଶ୍ୱରର କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହାକୁ ନେଇ ଖୋଳତାଡ଼ କରୁଛି ପୁଲିସ ।

ସେହିପରି ଅଗଷ୍ଟ ୨ ତାରିଖରେ ଥାଇଲାଣ୍ଡରୁ ଚାଲାଣ ବେଳେ କଷ୍ଟମ ବିଭାଗର ହାତରେ ଲାଗିଥିଲା ୮ କେଜିର ମାରିଜୁଆନା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ଏହା ବ୍ୟାଙ୍କକରୁ ଆସୁଥିଲା । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇଥିଲା । ଯୁବକ ଜଣଙ୍କ ଗୁଜୁରାଟ ଅହମ୍ମଦାବାଦର ବୋଲି ଜଣାପଡିଛି ।

Comments are closed.