ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଫିଟନେସ ଉପରେ କାମ କରୁଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବା ପାଇଁ ସମସ୍ତ ଉଦ୍ୟମ ଜାରୀ ରଖିଛନ୍ତି । ନିକଟରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାର୍କ ଉଡ ଭାରତର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଶର୍ଟ ବଲରେ ରୋହିତଙ୍କୁ ଆଉଟ କରିବା ଏତେଟା ସହଜ ନୁହେଁ । ମୋତେ ସର୍ବଦା ଅନୁଭବ ହୁଏ ସେ ଚଉଡା ଓ ବଡ ବ୍ୟାଟରେ ପୁଲ ଶଟ ଖେଳୁଛନ୍ତି । ଅବଶ୍ୟ ସେ ମଜାକିଆ ଢ଼ଙ୍ଗରେ ଏହା କହିଥିଲେ ।
ଉଡ ଓ ରୋହିତ ପରସ୍ପର ବିରୋଧରେ ୧୮ଟି ଇନିଂସରେ ସାମ୍ନା ସାମ୍ନି ହୋଇଛନ୍ତି । ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ରୋହିତ ୪୫ରୁ ଊର୍ଦ୍ଧ୍ୱ ଆଭରେଜରେ ୨୨୯ ରନ ସଂଗ୍ରହ କରିଛନ୍ତି । ଏଥିରେ ୩୧ ଚୌକା ଓ ୮ ଛକା ରହିଛି । ଅପରପକ୍ଷରେ ରୋହିତଙ୍କୁ ଉଡ ୫ ଥର ଆଉଟ କରିଛନ୍ତି । ବିରାଟ କୋହଲି ଓ ରୋହିତ ଶର୍ମା ଆନ୍ତର୍ଜାତୀୟ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଉଭୟ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ୨୦୨୭ ବିଶ୍ୱକପ ଜିତିବା ସେମାନଙ୍କ ଲକ୍ଷ୍ୟ ରହିଛି ।
Comments are closed.