Latest Odisha News

Instagramରେ ଆସିଲା ଦମଦାର ଫିଚର୍, କ୍ରିଏଟରଙ୍କ ଭାଗ୍ୟ ଖୋଲିଗଲା

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ନିରନ୍ତର ଭାବେ ନିଜ ଉପଭୋକ୍ତା ଓ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ନୂଆ ନୂଆ ଫିଚର ଆଣୁଛି। ଏଥର କମ୍ପାନୀ ଏକ ଏପରି ଅପଡେଟ ରୋଲଆଉଟ କରିଛି, ଯାହା କଣ୍ଟେଣ୍ଟ କ୍ରିଏଟରଙ୍କ ସୃଜନଶୀଳତାକୁ ଏକ ନୂଆ ଦିଗ ଦେବ। ଏବେ ଆପଣ ଚାହିଁଲେ ଏକାଧିକ ରିଲ (Reels) କୁ ଏକାଠି ଯୋଡ଼ି ଏକ ସିରିଜ କିମ୍ବା କଲେକ୍ସନ ତିଆରି କରିପାରିବେ। ଅର୍ଥାତ୍‌, ଯଦି ଆପଣ ମଲ୍ଟି-ପାର୍ଟ କଣ୍ଟେଣ୍ଟ ତିଆରି କରୁଛନ୍ତି, ତେବେ ଦର୍ଶକଙ୍କୁ ବାରମ୍ବାର ଆପଣଙ୍କ ପ୍ରୋଫାଇଲରେ ସ୍କ୍ରୋଲ କରିବାର ଆବଶ୍ୟକତା ପଡ଼ିବ ନାହିଁ। ସେମାନେ ସିଧାସଳଖ ପରବର୍ତ୍ତୀ ପାର୍ଟକୁ ଯାଇପାରିବେ। ଏହା କେବଳ ଏଙ୍ଗେଜମେଣ୍ଟ ବଢ଼ାଇବ ନାହିଁ, ବରଂ ଆପଣଙ୍କ କଣ୍ଟେଣ୍ଟ ଉପରେ ଅଧିକ ଟ୍ରାଫିକ ମଧ୍ୟ ଆଣିବ।

ଏହି ନୂଆ ଫିଚର କେବଳ ପ୍ରୋଫେସନାଲ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ନୁହେଁ, ବରଂ ବ୍ୟକ୍ତିଗତ ଉପଭୋକ୍ତାଙ୍କ ପାଇଁ ମଧ୍ୟ ଉପଲବ୍ଧ। ଏହା କ୍ରିଏଟର, ଇନଫ୍ଲୁଏନସର, ବ୍ରାଣ୍ଡ ଏବଂ ଛୋଟ ବ୍ୟବସାୟୀଙ୍କୁ ବଡ଼ ଲାଭ ଦେବ। ଯେଉଁମାନେ ମଲ୍ଟି-ପାର୍ଟ ଷ୍ଟୋରୀ, ଟ୍ୟୁଟୋରିଆଲ, ରେସିପି ଭିଡିଓ, ଟ୍ରାଭେଲ ଭ୍ଲଗ କିମ୍ବା ସିରିଜ ତିଆରି କରନ୍ତି, ସେମାନେ ସହଜରେ ଫଲୋଅରଙ୍କୁ ପରବର୍ତ୍ତୀ ରିଲକୁ ପଠାଇ ପାରିବେ। ଏବେ କ୍ରିଏଟରଙ୍କୁ ‘ପାର୍ଟ ୨ ପାଇଁ ଫେରି ଆସନ୍ତୁ’ କହିବାର ଆବଶ୍ୟକତା ନାହିଁ। ସିଧାସଳଖ ଲିଙ୍କ ଦେଇ ଉପଭୋକ୍ତାଙ୍କୁ ପରବର୍ତ୍ତୀ ଏପିସୋଡକୁ ପହଞ୍ଚାଇ ହେବ।

କେବେ ଓ କିପରି ମିଳିବ ଏହି ଫିଚର?
ଇନଷ୍ଟାଗ୍ରାମ ଏହି ଫିଚରକୁ ଧୀରେ ଧୀରେ ସର୍ଭର-ସାଇଡ ଅପଡେଟ ମାଧ୍ୟମରେ ରୋଲଆଉଟ କରୁଛି। ଅର୍ଥାତ୍‌, ପ୍ରାରମ୍ଭରେ ଏହା ସମସ୍ତଙ୍କୁ ମିଳିବ ନାହିଁ। କିଛି ଉପଭୋକ୍ତାଙ୍କୁ ଏହା ବ୍ୟବହାର କରିବା ପାଇଁ ନିଜ ଆକାଉଣ୍ଟକୁ କ୍ରିଏଟର କିମ୍ବା ପ୍ରୋଫେସନାଲ ଆକାଉଣ୍ଟକୁ ବଦଳାଇବାକୁ ପଡ଼ିପାରେ।ନୂଆ ରିଲରେ ଲିଙ୍କ କରିବାର ପ୍ରକ୍ରିୟା

ପ୍ରଥମେ ଆପଣଙ୍କ ଭିଡିଓ ତିଆରି କରି ସାଧାରଣ ଭାବେ ରିଲ ଅପଲୋଡ କରନ୍ତୁ।

ଏଡିଟିଂ ଶେଷ ହେବା ପରେ ‘Next’ ଉପରେ ଟାପ କରି କ୍ୟାପସନ ସ୍କ୍ରିନକୁ ଯାଆନ୍ତୁ।

ଏଠାରେ ଆପଣଙ୍କୁ ‘Link a reel’ ବିକଳ୍ପ ମିଳିବ, ତାହା ଉପରେ କ୍ଲିକ କରନ୍ତୁ।

ଲିଷ୍ଟରୁ ଆପଣଙ୍କ ପୁରୁଣା ରିଲ ଚୟନ କରନ୍ତୁ ଏବଂ ଚାହିଁଲେ ଏକ ଟାଇଟଲ ଦିଅନ୍ତୁ। (ଟାଇଟଲ ନ ଦେଲେ ଡିଫଲ୍ଟ ଭାବେ ‘Linked Reel’ ଯୋଡ଼ାଯିବ।)

ଏବେ ପବ୍ଲିସ କରନ୍ତୁ, ଆପଣଙ୍କ ନୂଆ ରିଲ ସହିତ ଲିଙ୍କ ହୋଇଥିବା ରିଲ ମଧ୍ୟ ଯୋଡ଼ାଯିବ।

ପୁରୁଣା ରିଲରେ ଲିଙ୍କ କରିବାର ପ୍ରକ୍ରିୟା

ଆପଣଙ୍କ ପ୍ରୋଫାଇଲରୁ କୌଣସି ରିଲ ଖୋଲନ୍inse0

ଉପରେ ଥିବା ଥ୍ରୀ-ଡଟ ମେନୁ ଉପରେ ଟାପ କରନ୍ତୁ।

‘Link a reel’ ବିକଳ୍ପ ଚୟନ କରନ୍ତୁ ଏବଂ ଲିଷ୍ଟରୁ ଆପଣଙ୍କ ପସନ୍ଦର ରିଲ ସିଲେକ୍ଟ କରନ୍ତୁ।

ଚାହିଁଲେ ଟାଇଟଲ ଦିଅନ୍ତୁ ଏବଂ ‘OK’ ଦବାଇ ଲିଙ୍କିଂ ସମ୍ପୂର୍ଣ୍ଣ କରନ୍ତୁ।

Comments are closed.