Latest Odisha News

BREAKING NEWS

ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପେସ ବୋଲର ମିଚେଲ ଷ୍ଟାର୍କ ବାମହାତୀ ପେସ ବୋଲର ଭାବେ ଗୋଟିଏ ପରେ ଗୋଟିଏ କୀର୍ତିମାନ ଗଢ଼ିବାରେ ଲାଗିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବାମହାତୀ ବୋଲର ଭାବେ ସର୍ବାଧିକ ୱିକେଟ ହାସଲକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟ୍‌ର ୧୪୯ ବର୍ଷର ଇତିହାସରେ ୪୫୦ଟି ଟେଷ୍ଟ ୱିକେଟ୍ ହାସଲ କରିବାରେ ମିଚେଲ ଷ୍ଟାର୍କ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର ହୋଇଛନ୍ତି ।  ମାତ୍ର ୨୦,୫୭୭ ବଲ୍‌ରେ ଏହି ସଫଳତା ପାଇ ସେ ଗ୍ଲେନ୍ ମ୍ୟାକଗ୍ରା (୨୩,୪୭୪ ବଲ୍)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଟେଷ୍ଟରେ ୪୫୦+ ୱିକେଟ୍ ନେବାରେ ସେ ବିଶ୍ୱର ୧୦ମ ଏବଂ ଅଷ୍ଟ୍ରେଲିଆର ୪ର୍ଥ ବୋଲର ।  ଅଷ୍ଟ୍ରେଲିଆ ପାଇଁ ତାଙ୍କ ଆଗରେ କେବଳ ସେନ୍ ୱାର୍ଣ୍ଣ (୭୦୮), ନାଥନ ଲିୟନ୍ (୫୭୩) ଓ ଗ୍ଲେନ୍ ମ୍ୟାକଗ୍ରା (୫୬୩) ଅଛନ୍ତି ।

ସେ ନିଜର ୧୦୯ତମ ଟେଷ୍ଟ ମ୍ୟାଚ୍‌ରେ (ଦକ୍ଷିଣ ଆଫ୍ରିକା ବିପକ୍ଷ ସେଣ୍ଟ ଜର୍ଜ ପାର୍କ ଟେଷ୍ଟର ୩ୟ ଦିନରେ) ପ୍ରାୟ ୨୬ ଅସତରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।  ଷ୍ଟାର୍କ ନିଜର ଟେଷ୍ଟ କ୍ୟାରିଅର୍ ଆରମ୍ଭ କରିବା ମାତ୍ରେ ପ୍ରଥମ ଓଭରର ପ୍ରଥମ ବଲ୍‌ରେ ହିଁ ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ । ଡେ-ନାଇଟ୍ ଟେଷ୍ଟ ମ୍ୟାଚରେ ଷ୍ଟାର୍କଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭୟଙ୍କର ରହିଛି । ଗୁଲାବୀ ବଲ୍‌ରେ ସବୁଠାରୁ ଅଧିକ ୱିକେଟ୍ ନେବାର ବିଶ୍ୱବ୍ୟାପୀ ରେକର୍ଡ ମଧ୍ୟ ତାଙ୍କରି ନାମରେ ରହିଛି ।

Leave A Reply

Your email address will not be published.