ଭୁବନେଶ୍ବର: ୨୦୨୫ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏହି ଦିନ ଭାଦ୍ରବ ମାସର ପୂର୍ଣ୍ଣିମା । ସୂଚନାନୁସାରେ ଆସନ୍ତା ୭ ତାରିଖ ଦିନ ୧୨ଟା ୫୭ରୁ ପାକ ତ୍ୟାଗ କରାଯିବ। କୌଣସି ଦେବ ନୀତି କରାଯିବ ନାହିଁ। ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ରେ ହେବାକୁ ଥିବା ବେଳେ ସର୍ବମୋକ୍ଷ ରାତି ୧ଟା ୨୭ଟାରେ ହେବ। ତେବେ ଏହି ଚନ୍ଦ୍ରଗ୍ରହଣ ଜ୍ୟୋତିଷ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍କଟ, ବିଛା ଏବଂ ମୀନ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ଦିନ ଅତ୍ୟନ୍ତ ସତର୍କ ରହିବା ଉଚିତ। ତେବେ କାହିଁକି ଏହି ରାଶିମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ଆସନ୍ତୁ ଜାଣିବା…
ଜ୍ୟୋତିଷ ଶାସ୍ତ୍ରରେ କର୍କଟ,ବିଛା ଏବଂ ମୀନ ଏହି ତିନୋଟି ରାଶି ଜଳ ତତ୍ତ୍ବ ସହିତ ଜଡିତ। ଚନ୍ଦ୍ରକୁ ମଧ୍ୟ ଏକ ଜଳ ତତ୍ତ୍ବ ସହ ଜଡିତ। ଆମେ ଜାଣିଛୁ ଯେ, ଚନ୍ଦ୍ରର ଗତି ଅନୁସାରେ ସମୁଦ୍ରରେ ଜୁଆର ଭଟ୍ଟା ଭଳି ଘଟଣା ଘଟେ । ଏଥିସହ ଚନ୍ଦ୍ର ହେଉଛି ମନର କାରକ । ଏପରି ପରିସ୍ଥିତିରେ, ଜଳ ତତ୍ତ୍ବର ଏହି ତିନୋଟି ରାଶି ଉପରେ ଗ୍ରହଣର ନକାରାତ୍ମକ ପ୍ରଭାବ ଅଧିକ ଦେଖାଯାଇପାରେ।
ଏହା ସହିତ ଏହି ତିନୋଟି ରାଶିକୁ ଆଘାତ ଲାଗିବା କିମ୍ବା କୌଣସି ପ୍ରକାରର ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ଏଥିସହ ଗ୍ରହଣର ଖରାପ ପ୍ରଭାବ ଯୋଗୁଁ, ଏହି ରାଶିର ଲୋକମାନେ ଭୁଲ ନିଷ୍ପତ୍ତି ନେଇପାରନ୍ତି । ତେଣୁ ଚନ୍ଦ୍ରଗ୍ରହଣ ସମୟରେ ସେମାନଙ୍କୁ ବହୁତ ସତର୍କ ରହିବା ଉଚିତ।
ଜଳ ତତ୍ତ୍ବ ଥିବା ଏହି ତିନୋଟି ରାଶି ଚନ୍ଦ୍ରଗ୍ରହଣ ଦିନ ଦୂର/ଲମ୍ବା ଯାତ୍ରା କରିବାରୁ ବଞ୍ଚିବା ଉଚିତ। ଯଦି ଯାତ୍ରା କରିବା ନିହାତି ଜରୁରୀ, ତେବେ ଭଗବାନ ଶିବଙ୍କ ପୂଜା କରିବା ପରେ ଘରୁ ବାହାରିବା ଉଚିତ।
ଏହା ସହିତ ଏହି ଦିନ ଟଙ୍କା ସହ ଜଡିତ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ଦିନ ଏହି ତିନୋଟି ରାଶି ମନ୍ତ୍ର ଜପ କରିବା ଏବଂ ଦାନ କରିବା ଉଚିତ। ଚନ୍ଦ୍ର ଏବଂ ଭଗବାନ ଶିବଙ୍କ ସହ ଜଡିତ ମନ୍ତ୍ର ଜପ କରିବା ଦ୍ୱାରା ସେମାନଙ୍କ ଜୀବନରେ ହେଉଥିବା ଅଶୁଭ ପ୍ରଭାବ ମଧ୍ୟ ଦୂର ହୁଏ।
Comments are closed.