Latest Odisha News

BREAKING NEWS

ଭାରତର ବନ୍ଧୁ ରାଷ୍ଟ୍ର ବନାଇଲା କ୍ୟାନ୍‌ସର ଭ୍ୟାକ୍ସିନ, ୧୦୦ ପ୍ରତିଶତ ହେଲା ସଫଳ

ନୂଆଦିଲ୍ଲୀ : କ୍ୟାନ୍ସର ଭଳି ଘାତକ ରୋଗର ଚିକିତ୍ସାରେ ଏକ ବଡ଼ ସଫଳତା ସାମ୍ନାକୁ ଆସିଛି, ଯାହା ଭାରତର ଏକ ମିତ୍ର ରାଷ୍ଟ୍ରରୁ। ଋଷର ବୈଜ୍ଞାନିକମାନେ ଭ୍ୟାକ୍ସିନ୍ ‘ଏଣ୍ଟେରୋମିକ୍ସ୍’ (Enteromix) ବିକାଶ କରିଛନ୍ତି, ଯାହା କ୍ଲିନିକାଲ୍ ଟ୍ରାଏଲ୍’ରେ ଶତପ୍ରତିଶତ ପ୍ରଭାବକାରୀ ଏବଂ ସୁରକ୍ଷିତ ସାବ୍ୟସ୍ତ ହୋଇଛି। ଏହି ଭ୍ୟାକ୍ସିନ୍ କେବଳ ଟ୍ୟୁମର୍’ର ଆକାରକୁ କମ୍ କରିବନି, ବରଂ କେତେକ ମାମଲାରେ କ୍ୟାନ୍ସର କୋଷଗୁଡ଼ିକୁ ପୂର୍ଣ୍ଣ ଭାବେ ନଷ୍ଟ କରିବାରେ ସଫଳ ହୋଇଛି। ଏହି ଭ୍ୟାକ୍ସିନ୍ ଦୁନିଆର ସମସ୍ତ କ୍ୟାନ୍ସର ରୋଗୀଙ୍କ ପାଇଁ ଆଶାର କିରଣ ହୋଇଛି।

ଭ୍ୟାକ୍ସିନ ରୁଷର ନେସନାଲ୍ ମେଡିକାଲ୍ ରିସର୍ଚ୍ଚ ରେଡ଼ିଓଲଜିକାଲ୍ ସେଣ୍ଟର୍ ଏଣ୍ଟେଙ୍ଗେଲହାର୍ଡ ଇନଷ୍ଟିଚ୍ୟୁଟ ଅଫ୍ ମୋଲେକ୍ୟୁଲାର୍ ବାୟୋଲଜି ସହ ମିଳିତ ଭାବେ ବିକାଶ କରିଛନ୍ତି। ଏହି ଭ୍ୟାକ୍ସିନ୍ COVID-19 mRNA ଭ୍ୟାକ୍ସିନ୍ ଟେକ୍ନୋଲଜି ଉପରେ ଆଧାରିତ । କିନ୍ତୁ ବୈଜ୍ଞାନିକମାନେ ଏହାର ଉପଯୋଗର ଦାୟିତ୍ୱକୁ ଖୁବ ଅଧିକ ବଢ଼ାଇଛନ୍ତି। ଏହା କ୍ୟାନ୍ସର ବିରୁଦ୍ଧରେ ଏକ ଅତ୍ୟାଧୁନିକ ଏବଂ ବ୍ୟକ୍ତିଗତ ଇମ୍ୟୁନୋଥେରାପିର ସ୍ୱରୂପ ହୋଇଛି।

ଏଣ୍ଟେରୋମିକ୍ସ୍ ଭ୍ୟାକ୍ସିନ୍ କିପରି କାମ କରେ?

ଏଣ୍ଟେରୋମିକ୍ସକୁ ଇଣ୍ଟ୍ରାମସ୍କ୍ୟୁଲାର୍ ଇଞ୍ଜେକ୍ସନ୍ ଭାବେ ଦିଆଯାଏ। ଏହାର ଉଦ୍ଦେଶ୍ୟ ଶରୀରର ଇମ୍ୟୁନ୍ ସିଷ୍ଟମ୍’କୁ ଏପରି ପ୍ରସ୍ତୁତ କରିବ ଯେ କ୍ୟାନ୍ସର କୋଷଗୁଡ଼ିକୁ ନଷ୍ଟ କରିପାରବ। ଭ୍ୟାକ୍ସିନ୍’ର କାମ ହେଲା ଯେ ଏହା ପରମ୍ପରାଗତ କିମୋଥେରାପି ଏବଂ ରେଡ଼ିଏସନ୍’ର କୁପ୍ରଭାବରୁ ବଞ୍ଚାଇବାରେ ସାହାଯ୍ୟ କରିବ। ଏହି ପଦ୍ଧତିଗୁଡ଼ିକ ସମଗ୍ର ଶରୀରକୁ କ୍ଷତି ପହଞ୍ଚାଇଥାଏ। କ୍ଲିନିକାଲ୍ ଟ୍ରାଏଲ୍’ରେ ଏହା ଦେଖାଯାଇଛି ଯେ ଭ୍ୟାକ୍ସିନ୍ କୌଣସି ଗମ୍ଭୀର ସାଇଡ୍ ଇଫେକ୍ଟ୍’ର ସଂକେତ ମିଳିନାହିଁ। ଏଥିପାଇଁ ଏହାକୁ ଋଷର ଅନେକ ପ୍ରମୁଖ କ୍ୟାନ୍ସର ସେଣ୍ଟରଗୁଡ଼ିକରେ ପ୍ରାରମ୍ଭିକ ଭାବେ ସାମିଲ କରାଯାଇଛି।

 

Comments are closed.