ନୂଆଦିଲ୍ଲୀ : ଆପଣ ଗାଡ଼ି କିମ୍ବା ପବ୍ଲିକ୍ ଟ୍ରାନ୍ସପୋର୍ଟ୍ରେ ଯାତ୍ରା କରିବାର ନିଶ୍ଚିତ ଅନୁଭବ ରହିଥିବ। ସେହି ସମୟରେ ଆପଣ ଦେଖିଥିବେ ଯେ ଗାଡ଼ିଗୁଡ଼ିକ ଯେଉଁ ସାଇଡ୍’ରେ ଚଳାଉଛନ୍ତି, ଡ୍ରାଇଭର୍’ର ସିଟ୍ ତାହାର ବିପରୀତ ପଟେ ରହିଛି। ଯେମିତି ଭାରତରେ ଗାଡ଼ିଗୁଡ଼ିକ ସଡ଼କର ଲେଫ୍ଟ୍ ସାଇଡ୍’ରେ ଯାଇଥାଏ, ତେଣୁ ଡ୍ରାଇଭର୍’ର ସିଟ୍ ରାଇଟ୍ ସାଇଡ୍’ରେ ରହିଛି। ତେବେ, ଆମେରିକା ଏବଂ ଯୁରୋପ ପରି ଦେଶଗୁଡ଼ିକରେ ଗାଡ଼ିଗୁଡ଼ିକ ରାଇଟ୍ ସାଇଡ୍’ରେ ଚାଲିଥାଏ ଏବଂ ସେଠାରେ ଡ୍ରାଇଭର୍’ର ସିଟ୍ ଲେଫ୍ଟ୍ ସାଇଡ୍’ରେ ରହିଥାଏ। ଏବେ ପ୍ରଶ୍ନ ଉଠୁଛି ଯେ ଏହା କାହିଁକି ଏପରି ହୋଇଛି ଏବଂ ଏହି ଦୁଇ ପଦ୍ଧତିରେ କେଉଁ ଗୋଟିଏ ଅଧିକ ସୁରକ୍ଷିତ?ଯଦି ଆପଣ ଏହା ବିଷୟରେ ଜାଣନ୍ତି ନାହିଁ, ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବେ କହିବୁ।
ଲେଫ୍ଟ୍ ସାଇଡ୍ ଡ୍ରାଇଭିଂର ଐତିହାସିକ କାରଣବା
ସ୍ତବରେ, ଲେଫ୍ଟ୍ ସାଇଡ୍’ରେ ଚଳିବାର ପରମ୍ପରା ଶତାବ୍ଦୀ ପୁର୍ବର ଅଟେ। ପୁରୁଣା ଯୁଗରେ ଲୋକେ ଘୋଡ଼ା କିମ୍ବା ଗରୁଗାଡ଼ି ସହିତ ଯାତ୍ରା କରୁଥିଲେ। ସେହି ସମୟରେ ଅନେତ ଲୋକ ସଡ଼କର ଲେଫ୍ଟ୍ ସାଇଡ୍’ରେ ଚଳୁଥିଲେ। ଏହାର କାରଣ ଏହା ଥିଲା ଯେ ଦୁନିଆରେ ଅନେତ ଲୋକ ରାଇଟ୍-ହ୍ୟାଣ୍ଡେଡ଼ ହୋଇଥାନ୍ତି। ଏପରି ସ୍ଥିତିରେ ଆବଶ୍ୟକତା ପଡ଼ିଲେ ସେମାନେ ସିଧାସଳଖ ହାତରେ ଅସ୍ତ୍ର ଧରି ନିଜକୁ ସୁରକ୍ଷା କରିବାରେ ସହଜରେ ସକ୍ଷମ ହୋଇଥିଲେ। ଏହି ଅଭ୍ୟାସ ଆଗକୁ ମଧ୍ୟ ଜାରି ରହିଲା। ୧୯ ଶତାବ୍ଦୀର ଶେଷ ବେଳକୁ ଯେତେବେଳେ କାରର ପ୍ରଚଳନ ଆରମ୍ଭ ହୋଇଥିଲା, ସେତେବେଳେ ମଧ୍ୟ ଅନେକ ଦେଶ ଲେଫ୍ଟ୍ ସାଇଡ୍’ରେ ହିଁ ଗାଡ଼ି ଚଳାଇବାକୁ ଜାରି ରଖିଥିଲେ। ଭାରତ ମଧ୍ୟ ସେହି ଦେଶଗୁଡ଼ିକର ମଧ୍ୟରେ ରହିଛି।
ରାଇଟ୍ ସାଇଡ୍ ଡ୍ରାଇଭିଂର ଆରମ୍ଭ
ତେବେ, ଅନେକ ଦେଶ ଧୀରେ-ଧୀରେ ରାଇଟ୍ ସାଇଡ୍ ଡ୍ରାଇଭିଂର ପଦ୍ଧତି ଆପଣାଇଛନ୍ତି। ଏହାର ପଛରେ ବଡ଼ କାରଣ ହେଉଛି ୧୭୯୨ରେ ଘଟିଥିବା ଫ୍ରାନ୍ସର କ୍ରାନ୍ତି (French Revolution)। ସେହି ସମୟରେ ଫ୍ରାନ୍ସରେ ଗାଡ଼ିଗୁଡ଼ିକ ସଡ଼କର ଦକ୍ଷିଣ ଭାଗରୁ ଚଳିବା ଆରମ୍ଭ କରିଥିଲେ ଏବଂ ସେବେଠାରି ଅନେକ ଦେଶ ରାଇଟ୍ ସାଇଟ୍ରେ ଗାଡ଼ି ଚଳାଇବା ଆରମ୍ଭ କରିଛନ୍ତି
Comments are closed.